ସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

You are currently viewing ସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

ଅନୁଗୁଳ ସହରର ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆୟୋଜିତ ସରସ୍ବତୀ ପୂଜା ମଣ୍ଡପ ଏବେ ସହରବାସୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏବର୍ଷ କ୍ଲବ ପକ୍ଷରୁ ନିଆଯାଇଥିବା ‘ଛୋଟା ଭୀମ’ ଥିମ ସହିତ ତିଆରି ହୋଇଥିବା ବିଶାଳ ଓ ଆକର୍ଷଣୀୟ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରାୟ ୫୦ ଫୁଟ ଉଚ୍ଚତାର ଏହି ତୋରଣରେ ଛୋଟା ଭୀମ, ଚୁଟକି, ରାଜୁ ଓ ଅନ୍ୟାନ୍ୟ ଚରିତ୍ରମାନଙ୍କ ଆକୃତିକୁ ସୁନ୍ଦର ଭାବେ ଗଢ଼ାଯାଇଛି।

ରଙ୍ଗିନ ଆଲୋକସଜ୍ଜା, କଳାତ୍ମକ ଡିଜାଇନ୍‌ ଓ ଆଧୁନିକ ଟେକ୍ନିକ୍‌ର ସମନ୍ୱୟ ଏହାକୁ ଏକ ଭିନ୍ନ ରୂପ ଦେଇଛି। ଦର୍ଶନ ପାଇଁ କେବଳ ଅନୁଗୁଳ ସହର ନୁହେଁ ବରଂ ଆଖପାଖ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ଭିଡ ଜମୁଛି। ସୁରକ୍ଷା ଓ ଶୃଙ୍ଖଳା ପାଇଁ କ୍ଲବ ପକ୍ଷରୁ ସ‌୍ବୟଂ ସେବକ ମାନେ ନିଯୁକ୍ତ ହୋଇଛନ୍ତି।

Share

Leave a Reply