ଶୈଳ ଶ୍ରୀକ୍ଷେତ୍ର ରଥ ଯାତ: ଉତ୍ସାହ ଉଦ୍ଦୀପନାର ଆରମ୍ଭ ହେଲା ପହଣ୍ଡି

0

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରର ଦ୍ଵାବିଂଶ ରଥ ଯାତ୍ରା ଆରମ୍ଭ ହୋଇଛି।ବଢ଼ି ଭୋରରୁ ମଙ୍ଗଳ ଆଳତୀ,ମଇଲମ,ତଡପଲାଗି,ରୋଷହୋମ, ଅବକାଶ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା,ବେଶ ଆଦି ପରେ ମଙ୍ଗଳାର୍ପଣ,ରଥ ପ୍ରତିଷ୍ଠା ଆଦି କରାଯାଇ ସେବାୟତ ଓ ଦଇତା ମାନେ ପହଣ୍ଡିର ବ୍ୟବସ୍ଥା କରିଥିଲେ। ଘଣ୍ଟ ଘଣ୍ଟା କାହାଳୀ ଓ ନାମ ସଙ୍କୀର୍ତ୍ତନ ମଧ୍ୟରେ ପହଣ୍ଡି ସକାଳ ନ ଟା ସମୟରେ ଆରମ୍ଭ ହୋଇଥିଲା।ଜଗନ୍ନାଥ ସୁଭଦ୍ରା ବଳଭଦ୍ର ଓ ସୁଦର୍ଶନ ଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ସେବକମାନେ ମନ୍ଦିରରୁ ନେଇ ରଥାରୂଢ଼ କରାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ପାଦକ ହେମନ୍ତ କୁମାର ଦାଶ,ବିଶେଷ ପୂଜା ନୀତି ମୁଖ୍ୟ ଭବାନୀ ପ୍ରସାଦ ମିଶ୍ର,ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର,ମୁଖ୍ୟ ପୂଜକ ମନୋଜ କର ଓ ବିନୋଦ କର ଆଦିଙ୍କ ତତ୍ତ୍ଵାବଧାନରେ ପହଣ୍ଡି କାର୍ଯ୍ୟକ୍ରମ ଶେଷ ହେବା ପରେ ରଥରେ ଚାର ମାଳ ଲାଗି କରା ଯାଇଥିଲା।

ଅପରାହ୍ନ ୧୨:୩୦ ରେ ଜିଲ୍ଲାପାଳ ଓ ଏସ୍‌ପି ବିଶେଷ ଅତିଥି ଭାବେ ରଥରେ ଛେରା ପହଁରା କରିବେ ବୋଲି ଜଣା ପଡ଼ିଛି। ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ରଥ ଟାଣିବା ପାଇଁ ହଜାର ହଜାର ଲୋକଙ୍କ ସମାବେଶ ହେବ ବୋଲି ଆଶା କରାଯାଉଛି।ଅପରାହ୍ନ ୨:୩୦ ରେ ରଥ ଟଣା ହେବ ବୋଲି ସୂଚନା ଦିଆଯାଇଛି। ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ଥଣ୍ଡା ପାଣି ସରବତ ଓ ଶୁଖିଲା ଭୋଗ ର ବ୍ୟବସ୍ଥା କରିଛନ୍ତି କିଛି ସ୍ବେଛାସେବୀ ସଂସ୍ଥା।

Leave A Reply

Your email address will not be published.

error: Content is protected !!