ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ରଥଯାତ୍ରା: ଏପାଖ ସେପାଖ

You are currently viewing ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ରଥଯାତ୍ରା: ଏପାଖ ସେପାଖ

ଦାତବ୍ୟ ଅନୁଷ୍ଠାନ ୩ ଗୁଣ ବଢିଲା

ଚଳିତ ରଥ ଯାତ୍ରାରେ ଅନ୍ୟ ବର୍ଷ ତୁଳନାରେ ଦାତବ୍ୟ ଅନୁଷ୍ଠାନଙ୍କ ସଂଖ୍ୟା ପ୍ରାୟ ୩ ଗୁଣ ବଢ଼ିଥିବା ଦେଖିବାକୁ ମିଳିଥିଲା। ବହୁ ଏନଜିଓ ଏବଂ ସ୍ବେଚ୍ଛାସେବୀ ସଂଗଠନ ୫୫ ନମ୍ବର ଜାତୀୟ ରାଜପଥର ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ବିଭିନ୍ନ ଶୁଖିଲା ଖାଦ୍ୟ ଓ ପାନୀୟ ବଣ୍ଟନ କରିଥିଲେ। କଷ୍ଟାର୍ଡ, ହାଲୁଆ, ଅନ୍ନ ପ୍ରସାଦ ଠାରୁ ଟଙ୍କ ତୋରାଣି, ଦହି ସରବତ, ଥଣ୍ଡା ପାଣି ଆଦି ବଣ୍ଟନ କରାଯାଉଥିଲା। ଭକ୍ତ ମାନେ ମନ ମୁତାବକ ବୁଲିବୁଲି ଖାଉଥିବା ବେଳେ ଉଠା ଦୋକାନୀଙ୍କ କାରବାର ମାନ୍ଦା ଧରିଥିଲା।

ଶୋଭମୟ ବଡ଼ ଦାଣ୍ଡ

ଚଳିତ ବର୍ଷ ବଡ଼ଦାଣ୍ଡ ଅନ୍ୟ ବର୍ଷ ତୁଳନାରେ ଅଧିକ ଶୋଭାମୟ ଦିଶୁଥିଲା। ଆକର୍ଷଣୀୟ ବିଶାଳ ଝୋଟିମାନ ବଡ଼ଦାଣ୍ଡର ଶୋଭାକୁ
ଦ୍ଵିଗୁଣିତ କରୁଥିଲା। ଅନେକ ଭକ୍ତ ଝୋଟି ଉପରେ ଠିଆହୋଇ ସେଲଫି ନେଉ ଥିବା ଦେଖିବାକୁ ମିଳିଥିଲା।

ପ୍ଲାଷ୍ଟିକ ମୁକ୍ତ ରଥ ଯାତ୍ରା

ଚଳିତ ବର୍ଷ ରଥ ପୂର୍ବରୁ ଅନୁଗୁଳ ପୌରପାଳିକା ରଥ ଯାତ୍ରା ସମୟରେ ପ୍ଲାଷ୍ଟିକ ପାତ୍ର ବ୍ୟବହାର ନ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା। ଏହାକୁ ସବୁ ଦାତବ୍ୟ ଅନୁଷ୍ଠାନ ମାନୁଥିବା ଦେଖିବାକୁ ମିଳିଥିଲା।ସେମାନେ କାଗଜ ଗିଲାସ, ପ୍ଲେଟ,ପତ୍ର ଠୋଲା ଆଦିରେ ଖାଦ୍ୟ ଦେଉଥିଲେ। ଅଳିଆ ରାସ୍ତାରେ ପଡ଼ିଲେ ସ୍ଵତନ୍ତ୍ର ନିୟୋଜିତ ସଫେଇ କର୍ମଚାରୀ ସେସବୁକୁ ନେଇ ଯାଉଥିଲେ। ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉନ୍ନତ ପରିମଳ ବ୍ୟବସ୍ଥାକୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା।

ଡିଜେ କୁ ନେଇ ଅସନ୍ତୋଷ

ଚଳିତ ରଥ ଯାତ୍ରା ସମୟରେ ଯେତେବେଳେ ଭକ୍ତମାନେ ହର୍ଷ ଉଲ୍ଲାସର ସହ ରଥ ଟାଣୁଥିଲେ ସେତେବେଳେ କେହିଜଣେ ଡିଜେ
ବଜାଇବା ବେଳେ ରାସ୍ତାରେ ଯୁବକ ମାନେ ଉଦ୍ଦଣ୍ଡ ନୃତ୍ୟ କରୁଥିବା ଭକ୍ତ ମାନଙ୍କୁ ଅସନ୍ତୁଷ୍ଟ କରିଥିଲା।ରଥଯାତ୍ରା ଭଳି ପବିତ୍ର ଉତ୍ସବରେ
କିଏ ଏହି ଡ଼ିଜେକୁ ଅନୁମତି ଦେଲା ତାହାର ତଦନ୍ତ କରିବାକୁ ଦାବି ହେଉଛି।

Share

Leave a Reply