ମୂଷାପାପୁଲିଠାରେ ଅପହରଣ ଓ ଲୁଟ୍‌ ଘଟଣା: ୬ ଜଣ ଅଭିଯୁକ୍ତ ଗିରଫ

You are currently viewing ମୂଷାପାପୁଲିଠାରେ ଅପହରଣ ଓ ଲୁଟ୍‌ ଘଟଣା: ୬ ଜଣ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲିଠାରେ ଗତ ୩୦ ତାରିଖରେ ହୋଇଥିବା ଅପହରଣ ଓ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ପ୍ରଦୀପ ବେହେରା(୩୦), ପ୍ରଦୀପ ସ୍ବାଇଁ(୩୭), ପିଣ୍ଟୁ ସାହୁ(୩୩), ବିଶ୍ବଜିତ ମହାପାତ୍ର(୨୫), ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗାଁର ମାନସ ରଞ୍ଜନ ପାତ୍ର(୨୬) ଓ ଜିତେନ୍ଦ୍ର ସେନାପତି(୨୯)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ଗୋଟିଏ କାର, ଗୋଟିଏ ମୋଟର ସାଇକେଲ, ଗୋଟିଏ ମୋପେଡ୍‌, ୭ଟି ମୋବାଇଲ ଫୋନ୍‌, ୭ ହଜାର ଟଙ୍କା, ଳୁହା ପାଇପ୍‌ ଓ ଠେଙ୍ଗା ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ସୁବୁନ୍ କୁମାର ନାୟକ(୩୪), ଚିନ୍ମୟ ଦାଶ(୨୬), ସରୋଜ ଜେନା(୨୮), ବିନୋଦ ସେଠୀ(୩୨) ଓ ଦେବାଶିଷ ବିଶ୍ୱାଳ(୩୮) ଏକ ବୋଲେରୋ(ଓଡି-୩୪ଏଚ୍‌- ୭୩୩୪)ରେ ସମ୍ବଲପୁର ଆଡ଼କୁ ଯାଉଥିଲେ। ସକାଳ ପ୍ରାୟ ୭ଟାରେ ମୂଷାପାପୁଲିଠାରେ ୧୦/୧୨ ଜଣ ବାଇକ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସି ତାଙ୍କୁ ଅଟକାଇ ବୋଲୋରୋର ଚାବି ଛଡ଼ାଇ ନେଇ ଚାଳକଙ୍କୁ ମାଡ଼ମାରିଥିଲେ। ଯୁବକମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ମାଡ଼ ମାରି ସେମାନଙ୍କୁ ବୋଲେରୋ ସହ ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ। ସେଠାରେ ସେମାନଙ୍କୁ ପୁଣି ମାଡ଼ମାରି ସୁନା ଚେନ୍, ମୁଦି, ବ୍ରେସ୍‌ଲେଟ୍‌, ମୋବାଇଲ୍ ଫୋନ୍‌ ସହ ଏକ ଲକ୍ଷ ଟଙ୍କା ଲୁଟିନେଇ ପଳାଇଥିଲେ। ଏହି ଯୁବକଙ୍କୁ ପୁଲିସ୍ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଚିକିତ୍ସାପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Share

Leave a Reply