ଅପରେଶନ ପ୍ରହାର ଜାରି: ବ୍ରାଉନ ସୁଗାର କାରବାରରେ ଜଣେ ଗିରଫ

You are currently viewing ଅପରେଶନ ପ୍ରହାର ଜାରି: ବ୍ରାଉନ ସୁଗାର କାରବାରରେ ଜଣେ ଗିରଫ

ଅନୁଗୁଳ: ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ ବିରୋଧରେ “ପ୍ରହାର” ଅଭିଯାନ ଅଧୀନରେ ଅନୁଗୁଳ ସଦର ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଶୁକ୍ରବାର କୁମଣ୍ଡ ରେଳ ଲାଇନ ନିକଟରେ ଚଢ଼ାଉ କରି ପ୍ରକାଶ ବେହେରା (୨୯) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ତାଙ୍କ ନିକଟରୁ ୫.୦୩୦ ଗ୍ରାମ ବ୍ରାଉନ ସୁଗାର ଓ ଏକ ବଜାଜ ପଲସର୍ ମୋଟରସାଇକେଲ (ରେଜିଷ୍ଟ୍ରେସନ ନଂ OD-04S-8169) ଜବତ କରାଯାଇଛି। ଏସ୍.ପି.ଙ୍କ ତତ୍ତ୍ୱାବଧାନରେ ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି।

Share

Leave a Reply