ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ

You are currently viewing ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଗୁରୁବାର ବିଷୁବ ମିଳନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ତିରୁପତି ବିଶ୍ଵବିଦ୍ୟାଳୟର କୁଳପତି ଡ଼ା ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଫେସର ଜୟନ୍ତ ବିଶ୍ଵାଳଙ୍କ ସମେତ ସଂସଦ ପକ୍ଷରୁ ସଭାପତି ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ ଏବଂ ସମ୍ପାଦକ ରାଧାକାନ୍ତ ମହାନ୍ତି ଅଧ୍ୟାପକ ଶାନ୍ତନୁ ସର ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ସମାରୋହରେ ଅନୁଗୁଳ ବିଏଡ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ା ଚୈତନ୍ୟ ସାହୁଙ୍କୁ ମୁଖ୍ୟଅତିଥି ଶ୍ରୀ ଶତପଥୀ ସୋମନାଥ ସିଂ ଜଗଦେବ ସମ୍ମାନ ପ୍ରଦାନ କରିଥିଲେ। ଡ଼ା ସାହୁଙ୍କୁ ତାଙ୍କ ସାମଗ୍ରିକ ସାହିତ୍ୟ କୃତି ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Share

Leave a Reply