ଚାନ୍ଦି ମୁକୁଟ, ସୁନା ହାରରେ ଝଟକୁଛନ୍ତି ମା ଲକ୍ଷ୍ମୀ

You are currently viewing ଚାନ୍ଦି ମୁକୁଟ, ସୁନା ହାରରେ ଝଟକୁଛନ୍ତି ମା ଲକ୍ଷ୍ମୀ

ଅନୁଗୁଳ: ଅନୁଗୁଳ ସଂଜୀବନି ମାର୍କେଟରେ ୧୯୮୫ ମସିହାରେ ମୃଣ୍ମୟୀ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ଏହି କମିଟିର ପ୍ରତିଷ୍ଠାତା ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ବିଶେଷ ଉଦ୍ୟମ କ୍ରମେ ଏହି କମିଟି ଦ୍ୱାରା ପୂଜା ବେଶ୍ ଶାନ୍ତି ଶୃଙ୍ଖଳାର କରାଯାଇ ଆସୁଥିଲା। ତେବେ ୨୦୧୭ ମସିହାରେ କମିଟିର ନିଷ୍ପତ୍ତି କ୍ରମେ ସଂଜୀବନି ମାର୍କେଟରେ ଏକ ସ୍ଥାୟୀ ଲକ୍ଷ୍ମୀ ମନ୍ଦିର କରିବା ପାଇଁ ଯୋଜନା କରାଯାଇ ଏହାକୁ ସଫଳତାର ସହ ସମ୍ପନ୍ନ କରାଗଲା ଏହି ସ୍ଥାୟୀ ମଣ୍ଡପରେ ଆଜି ଯାଏ ଲକ୍ଷ୍ମୀ ପୂଜା କରାଯାଇ ଆସୁଛି। ଚଳିତ ବର୍ଷ ଲକ୍ଷ୍ମୀ ପୂଜା ଅବସରରେ ମନ୍ଦିରକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଛି। ମା ଙ୍କ ପାଇଁ ଚାନ୍ଦି ମୁକୁଟ ଓ ସୁନା ହାରର ବ୍ୟବସ୍ଥା କରାଯାଇଛି ଯାହା କି ଦର୍ଶକ ମାନଙ୍କୁ ବିଶେଷ ଆକର୍ଷିତ କରିବ। ଏହାଛଡା କମିଟି ପକ୍ଷରୁ ଅନ୍ନ ଭୋଗ , ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ବୋଲି ବରିଷ୍ଠ ସଦସ୍ୟ ମାନେ ପ୍ରକାଶ କରିଛନ୍ତି।

Share

Leave a Reply