ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ସ୍ଥାନୀୟ ଦୁର୍ଗାବିହାର ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ। ଏଠାରୁ ଜଣେ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଅନୁଗୁଳର ସୁଧୀର ଆଣି ତାଙ୍କ ଘରେ ରଖିଥିଲେ। ଗତକାଲି ରାତିରେ ଏହି ଯୁବତୀଙ୍କ ପାଖକୁ ସେ ୬ ଜଣ ଯୁବକଙ୍କୁ ପଠାଇବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଯୁବତୀ ଜଣଙ୍କ ମଧ୍ୟ ସେମାନଙ୍କ ସହ ସଂପର୍କ ରଖିଥିଲେ। ପରେ ସୁଧୀର ନିଜେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁଥିଲେ। କିନ୍ତୁ ଯୁବତୀ ଜଣଙ୍କ ଟଙ୍କା ମାଗିବାରୁ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଧୀର ତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇ ଆହତ ହୋଇଥିଲେ। ପରେ ଯୁବତୀଜଣଙ୍କ ସେଠାରୁ ଚାଲି ଯାଇ ନିକଟସ୍ଥ ଏକ ଘରେ ଆଶ୍ରୟ ନେଇଥିଲେ।
ଏ ନେଇ ଆଜି ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।