ଅନୁଗୁଳ: ଅନୁଗୁଳ ଉପଖଣ୍ତ ମାପ ଓ ଓଜନ ବିଭାଗର ଭ୍ରାମ୍ୟମାଣ ସ୍କ୍ବାଡ୍ ପକ୍ଷରୁ ଅନୁଗୁଳ ସହରର ୧୩ଟି ସୁନାଗହଣା ଦୋକାନରେ ବୁଧବାର ଅତର୍କିତ ଚଢ଼ଉ କରାଯାଇଥିଲା। ମୋଟ ୧୩ ଜଣ ଦୋକାନୀଙ୍କ ଠାରୁ ମାପ ଓଜନ ଯନ୍ତ୍ର ପଞ୍ଜିକରଣର ନବୀକରଣ କରାଇନଥିବାରୁ ଫାଇନ୍ ବାବଦକୁ ମୋଟ ୨୭ ହଜାର ଟଙ୍କା ଆଦାୟ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଦୋଳଗୋବିନ୍ଦ ସାହୁ, ଚିନ୍ମୟ ଦାସ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା ଏବ˚ ମାପ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକ ପୃଥ୍ବୀରାଜ ହାଁସଦା ପ୍ରମୁଖ ଚଢ଼ାଉରେ ସାମିଲ୍ ଥିଲେ।
ମାପ ଓଜନ ବିଭାଗ ପକ୍ଷରୁ ସୁନା ଦୋକାନରେ ଚଢ଼ଉ
- Post published:January 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul