ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ:ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ୧୮ ଜଣ

You are currently viewing ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ:ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ୧୮ ଜଣ

ଅନୁଗୁଳ: ୨୦୨୫-୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ପଦବୀ ପାଇଁ ହେବାକୁ ଥିବା ଏହି ନିର୍ବାଚନ ଲାଗି ଆଜି ଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପ୍ରଥମ ଦିନରେ ସଂଘର ବିଭିନ୍ନ ପଦବୀ ପାଇଁ ୧୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ଅମ୍ବିକା ପ୍ରସାଦ ଭଟ୍ଟ ଓ ଅମରେଶ ଚନ୍ଦ୍ର ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି (୧) ପାଇଁ ରାକେଶ ରଞ୍ଜନ ପଟ୍ଟନାୟକ ଏବଂ ରାଜ କିଶୋର ପ୍ରଧାନ, ଉପସଭାପତି (୨)ପାଇଁ ବିନୋଦ କୁମାର ସାହୁ ଏବଂ ଉପେନ୍ଦ୍ର ସାହୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ପାଇଁ ରଜତ କୁମାର ମହାପାତ୍ର ଏବଂ ସନ୍ତୋଷ କୁମାର ଦାଶ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି କୋଷାଧ୍ୟକ୍ଷ ପଦବୀ ପାଇଁ ଜିତେନ୍ଦ୍ର କୁମାର ସାହୁ ଏବଂ ଗୌତମ ଦେବ ସାହୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ (୧)ପାଇଁ ମନୋଜ କୁମାର ଗୁପ୍ତା ଏବଂ ତୋଫାନ ସାହୁ, ଯୁଗ୍ମ ସମ୍ପାଦକ (୨)ପାଇଁ ପ୍ରିୟବ୍ରତ ପ୍ରଧାନ ଏବଂ ସୂର୍ଯ୍ୟକାନ୍ତ ସାମଲ, ଯୁଗ୍ମ ସମ୍ପାଦକ (୩)ପାଇଁ ପ୍ରମୋଦ କୁମାର ବ୍ରହ୍ମା ଏବଂ ରାଜେଶ କୁମାର ଦାସ, ଯୁଗ୍ମ ସମ୍ପାଦକ (୪)ପାଇଁ କେଶବ ଚନ୍ଦ୍ର ବେହେରା ଏବଂ ସୁଶୀଲ କୁମାର ସ୍ୱାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏ ନେଇ ସଂଘର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଚଳିତ ନିର୍ବାଚନ ଆସନ୍ତା ୯ ତାରିଖରେ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।

Share

Leave a Reply