ଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଙ୍ଗନବାଡି-ବାଳାଶ୍ରମ ପରିଦର୍ଶନ କରି କଲେ ସ୍ଥିତି ସମୀକ୍ଷା

You are currently viewing ଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଙ୍ଗନବାଡି-ବାଳାଶ୍ରମ ପରିଦର୍ଶନ କରି କଲେ ସ୍ଥିତି ସମୀକ୍ଷା

ଅନୁଗୁଳ: ଅନୁଗୁଳ ଗସ୍ତରେ କେନ୍ଦ୍ର ରା‌ଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଶ୍ରୀମତୀ ଠାକୁର ଗୁରୁବାର ଆସି ତୁରଙ୍ଗ ଅଙ୍ଗନବାଡ଼ି କେନ୍ଦ୍ର,  ଉତ୍କଳ ବାଳାଶ୍ରମ ଓ ଶକ୍ତି ସଦନ ଯାଇ ଭାବ ବିନିମୟ କରିଥିଲେ। ସନ୍ଧ୍ୟାରେ ସର୍କିଟ୍‌ ହାଉସ୍‌ରେ ଏକ ସମୀକ୍ଷା ବୈଠକ କରିଥିଲେ। ମହିଳା ଓ ଶିଶୁମାନଙ୍କ ପାଇଁ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ସେ ପଚାରି ବୁଝିବା ସହ ଏଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇଥିଲେ ମନ୍ତ୍ରୀ। ଏଥିସହ ସେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସଶକ୍ତ କରିବା ଓ ଏଠାରେ ପିଲାଙ୍କୁ ସବୁ ପ୍ରକାର ସୁବିଧା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ରୋକିବା, ମହିଳା ହିଂସା ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବା ନେଇ ଆଲୋଚନା କରାଯାଇଥିଲା।

ଏ ଅବସରରେ ମନ୍ତ୍ରୀଙ୍କୁ ତାଳଚେରରେ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ସମୀକ୍ଷା ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପାଳ ଅବଦଲ ଏମ ଅଖତାର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply