ଅନୁଗୁଳ ଗସ୍ତରେ ଆସି ମାନବ ସେବାଶ୍ରମ ପରିଦର୍ଶନ କଲେ ମୀରା ମା’

You are currently viewing ଅନୁଗୁଳ ଗସ୍ତରେ ଆସି ମାନବ ସେବାଶ୍ରମ ପରିଦର୍ଶନ କଲେ ମୀରା ମା’

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସିଛନ୍ତି କିନ୍ନର ସଂଘ ମୁଖ୍ୟ ମୀରା ପରିଡା।

ସୂଚନା ଯେ, ମୀରା ପରିଡା ଆଜି ଅନୁଗୁଳ ଓ ତାଳଚେର ଅଞ୍ଚଳରେ ବିଭିନ୍ନ ବୈଠକରେ ଯୋଗ ଦେଇଥିଲେ। ଅପରାହ୍ନରେ ସେ ସୁସୁଡା ସ୍ଥିତ ମାନବ ସେବାଶ୍ରମକୁ ଯାଇ ପରିଦର୍ଶନ କରିବା ସହିତ ସମସ୍ତ ସମସ୍ୟା ବିଷୟରେ ବୁଝି ଥିଲେ। ମାନବ ସେବାଶ୍ରମରେ ସମାଜସେବୀ ଚିନ୍ମୟୀ ଦାସଙ୍କ କାର୍ଯ୍ୟରେ ମୁଗ୍ଧ ହୋଇ ଭୂୟସୀ ପ୍ରସଂଶା କରିଥିଲେ। ଚିନ୍ମୟୀ କରିଥିବା ସମାଜ ସେବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାନବ ସେବାଶ୍ରମ ମୀରା ପରିଡା କୁନି କୁନି ପିଲା ମାନଙ୍କ ସହିତ ସମୟ ବିତାଇ ବହୁତ ଆନନ୍ଦିତ ହୋଇଥିଲେ ବୋଲି ମତ ରଖିଥିଲେ।

Share

Leave a Reply