ଅବିଶ୍ରାନ୍ତ ବର୍ଷାରେ ବସ୍ତି ଅଞ୍ଚଳ ଜଳମଗ୍ନ

You are currently viewing ଅବିଶ୍ରାନ୍ତ ବର୍ଷାରେ ବସ୍ତି ଅଞ୍ଚଳ ଜଳମଗ୍ନ

ଅନୁଗୁଳ: ଗତ କାଲି ରାତିଠାରୁ ଆଜି ଦିନ ସାରା ଲଗାଣ ବର୍ଷା ଯୋଗୁଁ ତାପମାତ୍ରା ଢେର୍ କମିଛି ସତ କିନ୍ତୁ ଅନୁଗୁଳ ଟାଉନର ଅନେକ ତଳିଆ ବସ୍ତିରେ ପାଣି ପଶି ଯାଇଛି ବିଶେଷକରି ଭାରତ ନଗର, ବ୍ରାହ୍ମଣୀଦେଇପଡ଼ା, ବଣିଆବାହାଳ ଓ ଅନ୍ୟ କେତେକ ବସ୍ତିରେ ରାସ୍ତା ଓ ଡ୍ରେନ୍
ପାଣି ଘରେ ପଶି ଯାଇଥିଲା।ଖରା ଦିନ ପୂର୍ବରୁ ଡ୍ରେନ ସଫେଇ ଓ ମରାମତି କାମ ସରି ନ ପାରିବାରୁ ଏ ଭଳି ଦୁରାବସ୍ଥା ଦେଖା ଦେଇଛି।ଏହାଦ୍ବାରା ସାଧାରଣ ଜୀବନଯାତ୍ରା ବାଧପ୍ରାପ୍ତ ହୋଇଛି। ସହରର ମୁଖ୍ୟ ଡ୍ରେନ ଓ ଶାଖା ଡ୍ରେନ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ କରିବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply