ଜଙ୍ଗଲ ସୁରକ୍ଷାରେ ଢାଲ ସାଜିଛନ୍ତି ଅନୁଗୁଳର ଗ୍ରୀନ୍ ୱାରିୟର୍ସ; MSTrIPES ଆପ୍‌ ଜରିଆରେ ବନ୍ୟଜନ୍ତୁଙ୍କ ଉପରେ କଡ଼ା ନଜର

You are currently viewing ଜଙ୍ଗଲ ସୁରକ୍ଷାରେ ଢାଲ ସାଜିଛନ୍ତି ଅନୁଗୁଳର ଗ୍ରୀନ୍ ୱାରିୟର୍ସ; MSTrIPES ଆପ୍‌ ଜରିଆରେ ବନ୍ୟଜନ୍ତୁଙ୍କ ଉପରେ କଡ଼ା ନଜର

ଅନୁଗୁଳ: ବନ୍ୟପ୍ରାଣୀ ସଂରକ୍ଷଣ ଓ ଜଙ୍ଗଲର ସୁରକ୍ଷା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ନିୟମିତ ଭାବେ ‘କମ୍ବିଂ ଅପରେସନ’ ଜାରି ରହିଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁ, ବିଶେଷକରି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଶିକାର, ଅନୁପ୍ରବେଶ ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା।
ଏହି ସମସ୍ତ ଅପରେସନରେ ବନ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। MSTrIPES ଏବଂ OFMS ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ରିଅଲ-ଟାଇମ୍ ଜିପିଏସ୍ (GPS) ଟ୍ରାକିଂ କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି, ଯାହା ବନଖଣ୍ଡର କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ ସଠିକ୍ କରିପାରିଛି।
ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ପରିବେଶର ସନ୍ତୁଳନ ରକ୍ଷା କରି ଜଙ୍ଗଲ ମଧ୍ୟରେ ମୃତ୍ତିକା କ୍ଷୟ, ବୃକ୍ଷଲତାର ସ୍ଥିତି ଏବଂ ବନ୍ୟଜନ୍ତୁଙ୍କ ଚଳପ୍ରଚଳରେ ବାଧାବିଘ୍ନକୁ ଅନୁଧ୍ୟାନ କରୁଛନ୍ତି। ଏହାସହ ବନ୍ୟଜନ୍ତୁଙ୍କ ମଧ୍ୟରେ ସମ୍ଭାବ୍ୟ ରୋଗ ବ୍ୟାପିବାକୁ ରୋକିବା ପାଇଁ ସ୍ୱତନ୍ତ୍ର ନଜର ରଖାଯାଇଛି।

ଏହି ସମ୍ମିଳିତ ପ୍ରୟାସ ଦ୍ୱାରା ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ଭବ ହୋଇପାରିଛି। ନିଜର ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ଅନୁଗୁଳ ବନଖଣ୍ଡର ଏହି ‘ଗ୍ରୀନ୍ ୱାରିୟର୍ସ’ ମାନଙ୍କୁ ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ଅପରେସନ ଏକ ସୁସ୍ଥ ଜଙ୍ଗଲ ପରିବେଶ ଗଠନ କରିବାରେ ବେଶ୍ ସହାୟକ ହୋଇଛି।

Share

Leave a Reply