ଅଙ୍ଗୁର ପାଇଁ ବିହାରୀ ଫଳ ଦୋକାନୀ ବାଡାବାଡ଼ି

You are currently viewing ଅଙ୍ଗୁର ପାଇଁ ବିହାରୀ ଫଳ ଦୋକାନୀ ବାଡାବାଡ଼ି

ଅନୁଗୁଳ: ଆଜି ଦିନ ପ୍ରାୟ ଦଶଟା ବେଳେ ପୁରୁଣା ବସ୍ ଷ୍ଟାଣ୍ଡରେ ବିହାରୀ ଫଳ ଦୋକାନୀ ମାନେ ଦୁଇ ଗୋଷ୍ଠୀରେ ଭାଗ ହୋଇ ପରସ୍ପର ମଧ୍ୟରେ ବାଡ଼ାବାଡ଼ି ହୋଇଥିଲେ। ଠେଙ୍ଗା ବାଡ଼ି ଓ ଖଣ୍ଡା ଆଦି ମାରଣାସ୍ତ୍ର ଧରି ସେମାନେ ଅପରକୁ ଆକ୍ରମଣ କରିଥିଲେ। ଏଥିରେ ଅନେକ ଫଳ ଦୋକାନୀ ଆହତ ହୋଇଥିଲେ। ଗତ ଶନିବାର ଜଣେ ଅଙ୍ଗୁର ଗ୍ରାହକ ଗୋଟେ ଦୋକାନରୁ ଦାମ ବୁଝି ଆଉ ଗୋଟେ ଦୋକାନରୁ ନେବାରୁ ଉତ୍ତେଜନା ଦେଖା ଦେଇଥିଲା। ଏଥିନେଇ କାଲି କିଛି ସମାଧାନ ହୋଇ ପାରି ନ ଥିଲା। ଆଜି ସକାଳେ ଠେଲା ରଖିବାକୁ ନେଇ ବିବାଦ ବଢିଥିଲା ଏବଂ ଶେଷରେ ଆଜି ଏହା ହିଂସାତ୍ମକ ରୂପ ଧାରଣ କରିଥିଲା।ବସ୍ ମାଲିକ ସଂଘ ସଭାପତି ମାନସ ସାମଲ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ମାଡ ପିଟରୁ ନିବୃତ କରାଇଥିଲେ।

Share

Leave a Reply