ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

You are currently viewing ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବଡସିଂହଡା ସ୍ଥିତ ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ସୌମ୍ୟରଂଜନ ପଟ୍ଟନାୟକ ମନ୍ତବ୍ୟ ଦେଇ କହିଥିଲେ ଯେ, ‘ପିଲାମାନଙ୍କ ଠାରେ ସବୁବେଳେ ପ୍ରଶ୍ନ ପଚାରିବାର ସାହସ ରହିବା ଉଚିତ୍। ସେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସରକାରୀ ସ୍କୁଲରେ ପାଠପଢ଼ାର ମାନ ନିମ୍ନମାନର ଯୋଗୁଁ ବେସରକାରୀ ସ୍କୁଲ ପ୍ରତି ଅଭିଭାବକଙ୍କ ଆଗ୍ରହ ବଢୁଛି’। ଏହି ଅବସରରେ ବିଗତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share

Leave a Reply