ଅନୁଗୁଳ: ଅନୁଗୁଳ ସହର ଟାଉନ ହଲ ଠାରେ ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଆଦର୍ଶ ଶିକ୍ଷା ସମୂହର ଅଧ୍ୟକ୍ଷ ଡକ୍ଟର ମହେଶ ଚନ୍ଦ୍ର ଧଳ, ମୁଖ୍ୟ ବକ୍ତା ଭାବରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର୍ ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଧରଣୀଧର ନାଥ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପର୍ଶୁରାମ ଦାସ, ସମାଜ ସେବୀ ଚିନ୍ମୟୀ ଦାସ, ସମାଜ ସେବୀ ଅଜୟ ତ୍ରିପାଠୀ ଯୋଗ ଦେଇଥିଲେ।
ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡକ୍ଟର ପଣ୍ଡା ସାଧାରଣ ନିର୍ବାଚନରେ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋଚନା କରିବା ସହ କିଭଳି ଗଣମାଧ୍ୟମ ଚାହିଁଲେ ସମାଜରେ ଏକ ବିରାଟ ପରିବର୍ତ୍ତନ ଆସି ପାରିବ ଓ ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମାଜର ଜାଗ୍ରତ ପ୍ରହରୀ ସଦୃଶ ଗଣମାଧ୍ୟମ କିଭଳି କାର୍ଯ୍ୟ କରୁଛି ସେ ବିଷୟରେ ଅବଗତ କରାଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଲକୋର ଏନ୍.ସି.ଡି.ଏ ଡ୍ୟାନ୍ସ ଗ୍ରୁପ, ଆଦର୍ଶ ଡ୍ୟାନ୍ସ ଗ୍ରୁପ , ସରେଗାମାପା ଡ୍ୟାନ୍ସ ଗ୍ରୁପ ଆଦି ଛଅଟି ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ।
ଏହା ପରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।