ଅନୁଗୁଳ:କଙ୍କେରେଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଛେଣ୍ଡିପଦା ବିିଇଓ ଶ୍ରୀମତୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମୀ,ସୃଜନଶୀଳ, ଜିଜ୍ଞାଶୁ ହେବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ କଙ୍କରେଇ ସରପଞ୍ଚ ପ୍ରତାପ କୁମାର ସାହୁ ସ୍କୁଲକୁ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରତିଷ୍ଠାତା ତୀର୍ଥବାସୀ ସାହୁ ଓ ନିଶା ସରପଞ୍ଚ ରାମଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ସଭାପତିତ୍ବରେ ଏହି ସମାରୋହ ଆୟୋଜିତ ହୋଇଥିଲା।
ଅତିଥିମାନେ ସ୍କୁଲର ବିଭିନ୍ନ କ୍ଳବ୍ ଗୁଡ଼ିକୁ ବୁଲି ଦେଖିଥିଲେ ଏବଂ ପ୍ରଶଂସା କରିଥିଲେ। ସଭାର ଦ୍ଵିତୀୟ ପର୍ଯ୍ୟାୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତପସ୍ଵିନୀ ଗଡ଼ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।