ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

You are currently viewing ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଢେ଼ଙ୍କାନାଳ ଜିଲ୍ଲାର ଅବସର ପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଆୟୋଜିତ ହୋଇଯାଇଛି। ଢେ଼ଙ୍କାନାଳ ଡାକ ଡିଭିଜନର ସୁପରଇନଟେଣ୍ଡେଣ୍ଟ ଜମ୍ବେଶ୍ଵର ଗଡ଼ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ସମ୍ପ୍ରତି ଡାକ ବିଭାଗ ରେ ଲାଗୁ ହେଉଥିବା ଲାଭଜନକ ପଲିସି ଏବଂ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଦେବା ପାଇଁ କିଭଳି ଉଦ୍ୟମ କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ସୁପରଇନଟେଣ୍ଡେଣ୍ଟ ଜୀବନ ସାହୁ, ବିଜୟ କୁମାର ଦାସ, ପ୍ରିୟବ୍ରତ ପଟ୍ଟନାୟକ, ପୂର୍ବତନ ସହକାରୀ ନିର୍ଦ୍ଦେଶକ ବାଳକୃଷ୍ଣ କର, ଡାକ ନିରୀକ୍ଷକ ଧରଣୀଧର ପ୍ରଧାନ ଏବଂ ସିସଟମ୍ ଆଡମିନିଷ୍ଟ୍ରେଟର ସରୋଜ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ପୂର୍ବତନ ଡାକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋକପାତ କରିଥିଲେ।

ସମାବେଶରେ ଦୀର୍ଘ ନିରାମୟ ଜୀବନ ଯାପନ ପାଇଁ ଉପଯୁକ୍ତ ଜୀବନ ଶୈଳୀ, ଖାଦ୍ୟାଭାସ ସହିତ ଆଧ୍ୟାତ୍ମିକ ଚେତନା କିଭଳି ଜରୁରୀ ତାହା ଆଲୋଚିତ ହୋଇଥିଲା।ସମାବେଶରେ ମଞ୍ଚ ପରିଚାଳନା କରିଥିଲେ ସରୋଜ ମହାପାତ୍ର।ଅନୁଗୁଳ ଏବଂ ଢେ଼ଙ୍କାନାଳ ଜିଲ୍ଲାର ୮୦ ରୁ ଉର୍ଦ୍ଧ୍ବ କର୍ମଚାରୀ ସମାବେଶରେ ଭାଗ ନେଇଥିଲେ ।

Share

Leave a Reply