ଅବସରପ୍ରାପ୍ତ ସୈନିକଙ୍କର ବାର୍ଷିକ ବୈଠକ, ଯବାନଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଆଲୋଚନା

You are currently viewing ଅବସରପ୍ରାପ୍ତ ସୈନିକଙ୍କର ବାର୍ଷିକ ବୈଠକ, ଯବାନଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଆଲୋଚନା

ଅନୁଗୁଳ: ସ୍ଥାନୀୟ ପଞ୍ଚଧାରା ଭେଟେରେନ୍ସ ଆସୋସିଏସନର ବାର୍ଷିକ ବୈଠକ ବଇଣ୍ଡା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଆଠମଲ୍ଲିକ, କିଶୋରନଗର, ବଇଣ୍ଡା, ଜରପଡ଼ା ଅଞ୍ଚଳର ଅନେକ ଅବସରପ୍ରାପ୍ତ ସୈନିକ କର୍ମଚାରୀ ଯୋଗ ଦେଇଥିଲେ।

ଆସୋସିଏସନର ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ରଣା ସ୍ୱାଗତ ଅଭିଭାଷଣ ରଖିଥିଲେ। ଏ ଅବସରରେ ଆଗାମୀ ଦିନରେ ହେବାକୁ ଥିବା ପାରିବାରିକ ବାର୍ଷିକ ସମ୍ମିଳନୀର ପ୍ରସ୍ତୁତି ଏବଂ ସୈନିକଙ୍କର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ସାହୁ, ଅଶୋକ କୁମାର ଶତପଥୀ, ଲଛମନ ସାହୁ, ରାମ ପ୍ରସାଦ ତ୍ରିପାଠୀ, ତ୍ରିନାଥେଶ୍ବର ପ୍ରଧାନ, ପବିତ୍ର ରଣା, ପ୍ରଦୀପ କୁମାର ପ୍ରଧାନ, ସନ୍ତୋଷ କୁମାର ନାୟକ, ଅଶୋକ ପ୍ରଧାନ ଏବଂ ସୁଦର୍ଶନ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply