ଆସୁଛି ପୁଣି ଏକ ଲଘୁଚାପ! ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶଙ୍କା

You are currently viewing ଆସୁଛି ପୁଣି ଏକ ଲଘୁଚାପ! ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶଙ୍କା

 

ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ। ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି। ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି।

ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଆଡ଼େ ଏଭଳି ଏକ ସିଷ୍ଟମ ରୂପ ନେଇପାରେ। ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି। କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ ।

Share

Leave a Reply