ଅନୁଗୁଳ ଜିଲ୍ଲା ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ

You are currently viewing ଅନୁଗୁଳ ଜିଲ୍ଲା ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ ବୁଧବାର ସକାଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସରକାରୀ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହିତ ଉତ୍ତମ ସମନ୍ବୟ ରଖି ନିଜର କର୍ତ୍ତବ୍ୟ ସୁଚାରୁ ରୁପେ ପାଳନ କରିବାକୁ ଅଧ୍ୟକ୍ଷା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଢେକାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଳଲହଡା ବିଧାୟକଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ, ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପ-ବାଚସ୍ପତିଙ୍କ ପ୍ରତିନିଧି ବାଉରୀବନ୍ଧୁ ସାହୁ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ ପ୍ରମୁଖ ଯୋଗ ଦେଇ ସୋମନଙ୍କ ମତପ୍ରଦାନ କରିଥିଲେ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲିପ କୁମାର ସାହୁ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟାମାନଙ୍କୁ ସ୍ବାଗତ କରିବାସହ କାର୍ଯ୍ୟସୂଚୀ ଉପସ୍ଥାପନା କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନ ମୂଳକ ଯୋଜନାକୁ ଦାୟିତ୍ବର ସହ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଇଥିଲେ। କଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା, ପାନୀୟ ଜଳ ଜନିତ କୌଣସି ସମସ୍ୟା ଥିଲେ ୧୯୧୬ ନମ୍ବର ଜରିଆରେ ଜଣାଇବାକୁ ପ୍ରକାଶ କରିଥିଲେ। ଜିଲ୍ଲାରେ ଥିବା ଉଚ୍ଚ ବିଦ୍ୟାଳୟ ନିଜସ୍ବ ଜମି ପଟ୍ଟା ସୂଚନା ପ୍ରଦାନ କରାଯାଇଥିଲା।

ଏଥିସହ ବିଦ୍ୟାଳୟଗୁଡିକର ପଟ୍ଟା ପାଇବା ନିମନ୍ତେ ଆନୁସଙ୍ଗୀକ କାର୍ଯ୍ୟ ଚାଲୁ ରହିଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ସହ ଚାଷୀମାନଙ୍କର ଆବଶ୍ୟକତା ଓ ଭିତ୍ତଭୂମାକୁ ନେଇ ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ଏହାର ସମୀକ୍ଷା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ବିଭିନ୍ନ ଜୋନର ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ।

Share

Leave a Reply