ଅନୁଗୁଳକୁ ମିଳିଲା ଅତିରିକ୍ତ ହସ୍ପିଟାଲ ମ୍ୟାନେଜର

You are currently viewing ଅନୁଗୁଳକୁ ମିଳିଲା ଅତିରିକ୍ତ ହସ୍ପିଟାଲ ମ୍ୟାନେଜର

ଅନୁଗୁଳ: ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ମେଡ଼ିକାଲ କଲେଜ, ଏମସିଏଚ ରେ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହାୟତା ପାଇଁ ମିଶନ ଡାଇରେକ୍ଟୋରିଏଟ ପକ୍ଷରୁ ହସ୍ପିଟାଲ ମ୍ୟାନେଜର ପୋଷ୍ଟିଙ୍ଗ କରାଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ବହୁ କଲ୍ୟାଣ ମୂଳକ
ସ୍ବାସ୍ଥ୍ୟ ଯୋଜନାକୁ ଜଣେ ମ୍ୟାନେଜର ସଫଳ ରୂପାୟନ କରିପାରିନାହାନ୍ତି।
କେତେବେଳେ ମ୍ୟାନେଜର ମାନେ ଦୁର୍ନୀତି, ଲାଞ୍ଚ କାରବାରରେ ଜଡ଼ିତ ରହି ସମସ୍ୟା ସୃଷ୍ଟି କରୁଛନ୍ତି।ପୁଣି କରୋ ନା ଓ ଓମିକ୍ରନ ବୃଦ୍ଧି କୁ ଦେଖି ସ୍ବାସ୍ଥ୍ୟ ସେବା କୁ ତ୍ୱରାନ୍ୱିତ କରିବାର ସମୟ ଆସିଛି। ଏହିକାରଣରୁ ରାଜ୍ୟ ସରକାର ସୋମବାର ବିଭିନ୍ନ ମେଡ଼ିକାଲ ରେ କାମ କରିବା ପାଇଁ ଅତିରିକ୍ତ ମ୍ୟାନେଜର ପୋଷ୍ଟିଂ କରିଛନ୍ତି।ଏହି କ୍ରମରେ ଅନୁଗୁଳ ମେଡ଼ିକାଲ କୁ ସୌମ୍ୟାଶ୍ରି ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି।ଅନେକ ସମୟରେ ବଦନାମ ମୁଣ୍ଡେଇ ଥିବା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ର ସ୍ବାସ୍ଥ୍ୟ ସେବା ପରିଚାଳନରେ ସୁଧାର ଆସିବ ବୋଲି ମତ ପ୍ରକାଶ ପାଇଛି।

Share

Leave a Reply