ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ,ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ

You are currently viewing ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ,ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ

ଅନୁଗୁଳ:ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ। ଅନୁଗୁଳ ଷ୍ଟାଡିଅମରେ ଆୟୋଜିତ ଏହି ସଭ।ସ୍ଥଳରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ ଟାରେ ପହଞ୍ଚିଥିଲେ।ଉପସ୍ଥିତ ହଜାର ହଜାର ଜନତା ହୁଳହୁଳି ଏବଂ ସ୍ଲୋଗାନ ଦେଇ ନବୀନଙ୍କୁ ସ୍ୱାଗତ କରିଥିଲେ।ନବୀନ ହାତ ଦେଖାଇ ଅଭିନନ୍ଦନ ଗ୍ରହଣ କରିଥିଲେ। ସମାରୋହରେ ମୁଖ୍ୟମନ୍ତ୍ରୀ ସନ୍ଥ ରାଜନୀତିଜ୍ଞ ନବ ବାବୁ ଏବଂ ତାଙ୍କ ପତ୍ନୀ ମାଳତୀ ଦେବୀଙ୍କୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ବୋଲି ଚିତ୍ରଣ କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ବାଜିରାଉତ ଛାତ୍ରା ବାସର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ସେହିଭଳି ତାଳଚେରର ପ୍ରଜା ମଣ୍ଡଳ ଆନ୍ଦୋଳନ ଦେଶର ସ୍ୱାଧୀନତା ପାଇଁ କିଭଳି ମାର୍ଗଦର୍ଶନ କରିଥିଲା ତାହା ପ୍ରକାଶ କରିଥିଲେ।ଅନୁଗୁଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୧୭୬ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୪୩୩ ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ସବୁ ବାସ ହୀନ ଲୋକଙ୍କୁ ଘର ଓ ପିଇବା ପାଣି କିଭଳି ମିଳିବ ସରକାର ତା ଉପରେ ଗୁରୁତ୍ୱ ଦେଉଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ଗ୍ରାମ ଉନ୍ନୟନ ଓ ଜଳ ଯୋଗାଣ ବିଭାଗର ୬୫ ଟି ପ୍ରକଳ୍ପ,ଗ୍ରାମାଞ୍ଚଳ ବିକାଶର ୮୫ଟି ପ୍ରକଳ୍ପ,ଶିକ୍ଷା ପାଉଁ ୮୫,ଜଳସେଚନ ପାଇଁ ୮୫,କ୍ରୀଡା ପାଇଁ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ସମାରୋହରେ ବିଜ୍ଞାନ ଏବଂ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା,ଉପ-ବାଚସ୍ପତି ରଜନୀକାନ୍ତ ସିଂହ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନବୀନ ସରକାରର ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ,ଶିଳ୍ପ ବିକାଶ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରୀତା ଉପରେ କହିଥିଲେ। ମୁଖ୍ୟମନ୍ତ୍ରୀ ମଞ୍ଚରେ ପାଞ୍ଚ ଜଣ ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ।ଗରିବ ଅସହାୟ ରୋଗୀ ଏହି କାର୍ଡ ବଳରେ ପୁରୁଷ ରୋଗୀ ପାଞ୍ଚ ଲକ୍ଷ ଏବଂ ମହିଳା ରୋଗୀ ଦଶ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇପାରିବେ। ସମାରୋହରେ କୁନା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ୨୬ ପ୍ଲାଟୁନ ଫୋର୍ସ ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲ୍ଲା କୋର୍ଟ ସମ୍ମୁଖରେ ବିଜେପି ବିଜେଡି କର୍ମୀ ମୁହାଁ ମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିଭଳି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କ ଠାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ସମାରୋହରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ରହି କାର୍ଯ୍ୟକ୍ରମ କିଭଳି ଅବାଧ ଏବଂସୁରକ୍ଷିତ ଭାବେ ଅନୁଷ୍ଠିତ ହେବ ତାର ବ୍ୟବସ୍ଥା କରିଥିଲେ।

Share

Leave a Reply