ଅନୁଗୁଳ: ଏମ୍ସିଏଲ୍ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଆମ୍ବପାଳ ଗ୍ରାମବାସୀଙ୍କୁ ଭେଟିଛନ୍ତି ଅନୁଗୁଳ ଉପଜିଲ୍ଲାପାଳ। ଆଜି ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତର ଆମ୍ବପାଳ ଗାଁର ଏମ୍ସିଏଲ୍ ଯୋଗୁ ଜମି ହରାଇଥିବା ଲୋକଙ୍କୁ ସାକ୍ଷାତ କରିଛନ୍ତି। ଉପଜିଲ୍ଲାପାଳଙ୍କ ସହ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ, ଛେଣ୍ଡିପଦା ତହସିଲଦାର, ପରଙ୍ଗ ରେଭେନ୍ୟୁ ଇନସପେକ୍ଟର, ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ସହ ପ୍ରବନ୍ଧକ, ଭୂ-ଅଧିଗ୍ରହଣ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଏ ଅବସରରେ ଏମ୍ସିଏଲ୍ ଯୋଗୁ ଜମି ହରାଇଥିବା ଆମ୍ବପାଳ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏମ୍ସିଏଲ୍ ଦ୍ୱାରା ଅଧିଗ୍ରହଣ ହେବାକୁ ଯାଉଥିବା ଜମିକୁ ଉପଜିଲ୍ଲାପାଳ ପରିଦର୍ଶନ କରିଥିଲେ। ଏଥିସହ ଅଧିକୃତ ହୋଇଥିବା ପଡୋଶୀ ଗାଁ ଓ ଆମ୍ବପାଳକୁ କେଉଁ ଆଧାରରେ ଏମ୍ସିଏଲ୍ କ୍ଷତିପୂରଣ ଦେଇଛି, ସେ ନେଇ ଆସନ୍ତା ୨୫ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ଆଦେଶ ଦେଇଛନ୍ତି l ଏହା ଦ୍ୱାରା ଯେଉଁ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଛି, ତାହା ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।