ଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

You are currently viewing ଅନୁଗୁଳର ବଜାର ପ୍ରବେଶ କଲା ଆପେ ଅଟୋ ଇଲେକ୍ଟ୍ରିକ ତିନିଚକିଆ ଯାନ, ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର

ଅନୁଗୁଳ: ପଞ୍ଚମହାଲ ସ୍ଥିତ ଆପେ ଅଧିକୃତ ବିକ୍ରେତା ଲକ୍ଷ୍ମୀ ଅଟୋ କମବାଇନରେ ଆପେ ଅଟୋ ଇଲେକ୍ଟ୍ରିକ ତିନି ଚକିଆ ଯାନର ଉଦଘାଟିତ ହୋଇଛି। ଏ ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ରମେଶ ଚନ୍ଦ୍ର ଅଗ୍ରୱାଲ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଉପସ୍ଥିତ ଗ୍ରାହକ ଓ ଅତିଥିଙ୍କୁ ନୂଆ ଇଲେକ୍ଟ୍ରିକ ଗାଡ଼ି ବିଷୟରେ ସମ୍ୟକ ସୂଚନା ଦେଇଥିଲେ I
ତାଙ୍କ କହିବାନୁଯାୟୀ, ଭାରତ ସରକାରଙ୍କ ସବସିଡି ଓ ରେଜିଷ୍ଟ୍ରସନ ଫି ଯୋଗୁଁ ଗାଡ଼ିର ମୂଲ୍ୟ ବହୁତ କମିଯାଇଛି। ଫଳରେ ଗ୍ରାହକମାନେ ଲାଭବାନ ହୋଇପାରିବେ। ଏଥିସହ ଗାଡ଼ିକୁ ଚାର୍ଜ କରି ଚଳାଇପାରିବେ। ଫଳରେ ଡିଜେଲ ଓ ପେଟ୍ରୋଲର ଆବଶ୍ୟକତା ପଡ଼ିବନାହିଁ। ଏହି ଗାଡ଼ିର ମେଣ୍ଟେନାନ୍ସ ଚାର୍ଜ ବି ବହୁତ କମ୍ ବୋଲି ସେ କହିଥିଲେ।

Share

Leave a Reply