ଅନୁଗୁଳ: ସମ୍ବଲପୁର ଏୟାରଷ୍ଟ୍ରିପ୍ ଠାରେ ଅଗ୍ନିପଥ ଯୋଜନାରେ ସେନାବାହିନୀର ନିଯୁକ୍ତି ରାଲି ସେପ୍ଟେମ୍ବର ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ ସମେତ ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀ ଭାଗ ନେଇପାରିବେ ।
ରାଲିରେ ଭାଗ ନେବାକୁ ଶିକ୍ଷାଗତ ଯୋଗ୍ୟତା ଓ କୋଭିଡ୍ ନିୟମାବଳୀ ବାଧ୍ୟତାମୂଳକ ରହିଥିବା ବେଳେ ପ୍ରାର୍ଥୀମାନେ ସବିଶେଷ ସୂଚନା ପାଇଁ www.joinindianarmy.nic.in ରେ ଦେଖିପାରିବେ। ଏହି ରାଲି ପାଇଁ ଅନଲାଇନ୍ ପଞ୍ଜିକରଣ ଗତ ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇସାରିଛି । ଏହା ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଲିର ୧୫ ଦିନ ପୂର୍ବରୁ ଆଡମିଟ୍ କାର୍ଡ୍ ପଞ୍ଜିକୃତ ମେଲ୍ରେ ପଠାଇ ଦିଆଯିବ ବୋଲି ସମ୍ବଲପୁର ସ୍ଥିତ ସେନାବାହିନୀର ନିଯୁକ୍ତି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।