ଭାରତରେ ପ୍ରଧାନମନ୍ତ୍ରୀ: ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ ଲଗାତାର ୩ ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

You are currently viewing ଭାରତରେ ପ୍ରଧାନମନ୍ତ୍ରୀ: ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ ଲଗାତାର ୩ ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀ ସିଟରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ଜବାହର ଲାଲ ନେହରୁ ଓ ଅଟଳ ବିହାରୀ ବାଜପେୟୀ ଗୋଟିଏ ସିଟରୁ ୩ ଥର ନିର୍ବାଚନ ଲଢ଼ିଛନ୍ତି। ପ୍ରୟାଗରାଜର ଫୁଲପୁର ସିଟରୁ ନେହରୁ ୧୯୫୧, ୧୯୫୭ ଓ ୧୯୬୨ରେ ନିର୍ବାଚନ ଲଢ଼ିଥିଲେ। ସେ ୩ ଥର ଯାକ ସାଂସଦ ହେବା ସହ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

ସେହିପରି ବାଜପେୟୀ ୫ ଥର ଲକ୍ଷ୍ନୌ ଲୋକସଭା ସିଟରୁ ସାଂସଦ ରହିଛନ୍ତି। ୧୯୯୬, ୧୯୯୮ ଓ ୧୯୯୯ରେ ସେ କ୍ରମାଗତ ଏହି ସିଟରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇଥିଲେ । ୨୦୧୪ ଓ ୨୦୧୯ରେ ମୋଦି ବାରାଣସୀ ସିଟରୁ ନିର୍ବାଚନ ଲଢ଼ି ବିଜୟୀ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

ଭାରତର ଗଣତନ୍ତ୍ର ଇତିହାସରେ ୧୪ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ଚୌଧୁରୀ ଚରଣ ସିଂ, ରାଜୀବ ଗାନ୍ଧୀ, ଭିପି ସିଂ, ଚନ୍ଦ୍ରଶେଖର, ଅଟଳ ବିହାରୀ ବାଜପେୟୀ ୟୁପିର ଭିନ୍ନ ଭିନ୍ନ ସିଟରୁ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜବାହର ଲାଲ ନେହରୁ ସବୁଠାରୁ ଅଧିକ ସମୟ ( ୧୬ ବର୍ଷ, ୨୮୬ ଦିନ) ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଇନ୍ଦିରା ଗାନ୍ଧୀ ( ୧୧ ବର୍ଷ ୫୯ ଦିନ), ମନମୋହନ ସିଂ (୧୦ ବର୍ଷ ୪ ଦିନ), ନରେନ୍ଦ୍ର ମୋଦି( ୯ ବର୍ଷ ୩୫୦ ଦିନ), ଅଟଳ ବିହାରୀ ବାଜପେୟୀ( ୬ ବର୍ଷ ୬୪ ଦିନ) ଓ ରାଜୀବ ଗାନ୍ଧୀ ୫ ବର୍ଷ ୩୨ ଦିନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି।

Share

Leave a Reply