ଅନୁଗୁଳରେ ଦୁଇ ଅଂଶୁଘାତରେ ମୃତ !!

You are currently viewing ଅନୁଗୁଳରେ ଦୁଇ ଅଂଶୁଘାତରେ ମୃତ !!

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଆଉ ଦୁଇ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗୁରୁବାର ଏଭଳି ପରିସ୍ଥିତିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ଯାହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ଶୁକ୍ରବାର ଜରପଡା ଥାନା କନ୍ଧକୋରଡ଼ା ଗାଁର ପ୍ରତାପ ପ୍ରଧାନଙ୍କ ସ୍ତ୍ରୀ ପ୍ରମିଳା ପ୍ରଧାନ(୩୫)ଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ପରିବାର ଲୋକ ଦାବି କରିଛନ୍ତି। ଦିନବେଳା ଖରାରେ କାମକରିବା ପରେ ସେ ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଥିଲେ।ତାଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦ୍ଵିତୀୟ ମୃତକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଖିରକୋଳିପୋଷି ଗାଁର ନାଥ ନାୟକ। ସେ ଛେଳି ଚରାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ଅସୁସ୍ଥ ହେବା ସହିତ ଟଳି ପଡ଼ିଥିଲେ। ଗାଁ ଲୋକ ଖବର ପାଇ ନାଥଙ୍କୁ ଅନୁଗୁଳ ଡାକ୍ତରଖାନା ନିଇଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର
ମୃତ ଘୋଷଣା କରିଥିଲେ।

ପୋଲିସ ଉଭୟ ଶବକୁ ବ୍ୟବଚ୍ଛେଦ କରାଇ ରିପୋର୍ଟକୁ ଅପେକ୍ଷା କରିଛି। ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖରା ଓ ଗୁଳୁଗୁଳି ଯୋଗୁଁ ଏକାଧିକ ଅସୁସ୍ଥ ହୋଇ ଅନୁଗୁଳ ଡାକ୍ତରଖାନାକୁ ଆସିଥିଲେ। ସେମାନେ ହେଲେ ପଶ୍ଚିମବଙ୍ଗର ପଲାସି ସେଖ,କଙ୍କଡ଼ାହାଡ଼ର ମୁରଲୀ ପ୍ରଧାନ,ନିଶାର ଶ୍ରମିକ ପ୍ରଭାତ ସାହୁ,ଅନୁଗୁଳର ଶୁଭଶ୍ରୀ ସାହୁ ଓ ବାଲିଯେରେଙ୍ଗ ଗାଁର ସୁବର୍ଣ୍ଣ ନାୟକ। ଗତକାଲି ଅନୁଗୁଳର ତାପମାତ୍ରା କିଛି ମାତ୍ରାରେ କମ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ତା ସାଙ୍ଗକୁ ପାୱାର ଫେଲ୍ ଯୋଗୁଁ ଲୋକେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି।

Share

Leave a Reply