ଅନୁଗୁଳ: ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ପୂଜା ବଜାରରେ ରିଲିଜ୍ ହେବ କ୍ୟାମେରା କୁଇନ୍ ପ୍ରଡକ୍ସନ ନିବେଦିତ ଏବଂ ହିମାଦ୍ରି ତନୟା ଦାସ ପ୍ରଯୋଜିତ ସିନେମା “ଚାରିଧାମ”।ତାପସ ସରଘରିଆ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁଭବ ମହାନ୍ତି, ମମତା ତ୍ରିପାଠୀ, ସୁକାନ୍ତ ରଥ, ଆଶିଷ କୁମାର ଏବଂ ଅନୁଭବଙ୍କ ବାପା ଚରିତ୍ରରେ ଏକ ସିରିଅସ ଭୂମିକାରେ ଓହ୍ଲାଇବେ ଅନୁଗୁଳ ଲର ସୁପରିଚିତ ସିନେଷ୍ଟାର ଅଶୋକ ଦାସ। ଫ୍ୟାମିଲି ଡ୍ରାମା,ଭକ୍ତି ଏବଂ ସାଉଥ୍ ସିକ୍ୱେନସର ମିଶ୍ରଣରେ ତିଆରି ଏହି ସିନେମା ପୂଜା ବଜାରରେ ଢେର୍ ମନୋରଞ୍ଜନ ଯୋଗାଇବ ବୋଲି ଟ୍ରେଲର ରିଲିଜ୍ ହେଲା ପରେ ସିନେ ସମୀକ୍ଷକ ମାନେ ଆଶା କରୁଛନ୍ତି।
ଫିଲ୍ମର ସଙ୍ଗୀତ ମଧ୍ୟ ଖୁବ୍ ସୁନ୍ଦର ହୋଇଥିବା କୁହାଯାଉଛି। ସୋମେଶ ଶତପଥୀ ଓ ବୈଦ୍ୟନାଥ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସିନେପ୍ରେମୀ ପୂଜା ବଜାରରେ ଫିଲ୍ମଟିକୁ ଦେଖିବା ପାଇଁ ସିନେ ଅଭିନେତା ଅଶୋକ ଦାସ ନିବେଦନ କରିଛନ୍ତି।