ବିଧାନସଭା ଏଥିକ୍ସ କମିଟିର ପ୍ରସ୍ତାବ : ପ୍ରତି ନିର୍ବାଚନମଣ୍ଡଳୀରେ ନିର୍ମାଣ ହେଉ ବିଧାୟକ ଭବନ

You are currently viewing ବିଧାନସଭା ଏଥିକ୍ସ କମିଟିର ପ୍ରସ୍ତାବ : ପ୍ରତି ନିର୍ବାଚନମଣ୍ଡଳୀରେ ନିର୍ମାଣ ହେଉ ବିଧାୟକ ଭବନ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ତିଆରି ହେବ ବିଧାୟକ ଭବନ । ଏ ନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଥିକ୍ସ କମିଟି ବୈଠକରେ ହୋଇଥିବା ଆଲୋଚନା ମୁତାବକ, ୩ଟି ମୁଖ୍ୟ କାରଣ ଲାଗି ଏହି ବିଧାୟକ ଭବନ ନିର୍ମାଣ ନେଇ କମିଟି ଆଲୋଚନା କରିଛି।

ବିଧାୟକ ଭବନ ନିର୍ମାଣର ମୁଖ୍ୟ କାରଣ ହେଉଛି, ପ୍ରତି ନିର୍ବାଚନମଣ୍ଡଳୀର ଲୋକମାନେ ଗୋଟିଏ ସ୍ଥାନରେ ବିଧାୟକଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଗୋଟିଏ ଗୋଟିଏ ଏଭଳି ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ଲୋକଙ୍କୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସମସ୍ୟା ରହିଛି। ଫଳରେ ସମସ୍ୟାର ସମାଧାନ ସହଜ ହୋଇପାରୁ ନାହିଁ। ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକଙ୍କ ବୈଠକଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବାରୁ ବିଧାୟକମାନେ ସରକାରୀ ଡାକବଙ୍ଗଳା, ଅତିଥି ଭବନରେ ବୈଠକ କରୁଛନ୍ତି। ଏହାଦ୍ବାରା ଉକ୍ତ ଅତିଥି ଭବନଗୁଡ଼ିକ ଠିକ୍ କାର୍ଯ୍ୟରେ ବ୍ୟବହାର ହୋଇପାରୁନି। ତେଣୁ ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ନିର୍ମାଣ କରିବାକୁ ବିଧାୟକମାନେ ଦୀର୍ଘ ଦିନ ହେଲା ଦାବି କରୁ ଆସୁଛନ୍ତି। ତେଣୁ ଖୁବ୍‌ଶୀଘ୍ର ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ବିଧାନସଭା ଏଥିକ୍ସ କମିଟି ପକ୍ଷରୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି।

Share

Leave a Reply