ଲିଟିଲ୍ ହାର୍ଟସ ସ୍କୁଲରେ ୮ଶହ ପିଲା ଓ ଅଭିଭାବକ ଫାଇଲେରିଆ ବଟିକା ଖାଇଲେ

You are currently viewing ଲିଟିଲ୍ ହାର୍ଟସ ସ୍କୁଲରେ ୮ଶହ ପିଲା ଓ ଅଭିଭାବକ ଫାଇଲେରିଆ ବଟିକା ଖାଇଲେ

ଅନୁଗୁଳ: ଆଜି ସିମିଳିପଡ଼ା ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଫାଇଲେରିଆ ବଟିକା ବିତରଣ କେନ୍ଦ୍ର ଖୋଲା ଯାଇଥିଲା। ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି)ଡ଼ା ପୂର୍ଣ୍ଣିମା ଉଦଗାତା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି କେନ୍ଦ୍ରରେ ଆଠ ଶହରୁ ଅଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ଫାଇଲେରିଆ ନିର୍ମୂଳ ପାଇଁ ଡିଇସି, ଆଲ୍ ବେଣ୍ଡାଜଲ୍ ଓ ଆଇଭାରମେକଟିଁନ ବଟିକା ଖାଇଥିଲେ।

ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଷୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭିବିଡି ବିଶେଷଜ୍ଞ ଡ଼ା ଶୁଭ୍ରା ମାଲିସା,ମହିଳା ସ୍ବାସ୍ଥ୍ୟ କର୍ମଚାରୀ ନମିତା ସେଠୀ,ଗୀତାଞ୍ଜଳି ବେହେରା, ସୁଲତାନା ବିବିଙ୍କ ସମେତ ସ୍ବେଛାସେବୀ ସଂଗଠନ ଏଆଇଆରଏର ସଦସ୍ୟ ମାନେ ଔଷଧ ଖୁଆଇବାରେ ସହାୟତା କରିଥିଲେ।

Share

Leave a Reply