ସ୍ୱାମୀଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ସୁଲୋଚନା

You are currently viewing ସ୍ୱାମୀଙ୍କ ଭିନ୍ନକ୍ଷମ ଭତ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ସୁଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କଞ୍ଜରା ଗ୍ରାମର ସୁଲୋଚନା ସାହୁ ଆଜି ପରିବାର ଲୋକଙ୍କ ଭତ୍ତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ସୁଲୋଚନା ସାହୁଙ୍କ ସ୍ଵାମୀ ବିପିନ ବିହାରୀ ସାହୁ ସମ୍ପୂର୍ଣ୍ଣ ବିକଳାଙ୍ଗ ଭତ୍ତା ମିଳିବା ପାଇଁ ଜିଲ୍ଲାପାଳଙ୍କୁ ଆଜି ଅଭିଯୋଗ କରିଛନ୍ତି। ସେହିପରି ସୁଲୋଚନାଙ୍କ ଦିଅର ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କର ଫିଙ୍ଗର ପ୍ରିଣ୍ଟ ହେଉନାହିଁ। ଏହି କାରଣରୁ ଦୀର୍ଘ ୭ ବର୍ଷ ହେବ ସେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସ୍ଵାମୀଙ୍କ ଭତ୍ତା ଏବଂ ଦିଅରର ରାସନ ସାମଗ୍ରୀ ପାଇଁ ସୁଲୋଚନା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Share

Leave a Reply