ବଜ୍ରପାତ ନେଇଥିଲା ବାପା-ପୁଅଙ୍କ ମୁଣ୍ଡ, ମୃତକଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ

You are currently viewing ବଜ୍ରପାତ ନେଇଥିଲା ବାପା-ପୁଅଙ୍କ ମୁଣ୍ଡ, ମୃତକଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ଟକବା ଗ୍ରାମରେ ମଙ୍ଗଳବାର ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ।

ସୂଚନା ମୁତାବକ, ବଜ୍ରପାତରେ ବାଲିଖମଣ ଗ୍ରାମର ପ୍ରଫୁଲ୍ଲ ମାଝୀ ଓ ତାଙ୍କ ପୁଅ ପ୍ରବୀଣ ମାଝୀଙ୍କ ମୃତ୍ୟୁ ଘଟିଛି। ଏନେଇ ଖବର ପାଇ ବୁଧବାର ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ କିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିବ ସେ ନେଇ ସେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ ବୋଲି କହିଥିଲେ। ବିଧାୟକଙ୍କ ସହ ବିଜେଡି ଯୁବ ନେତା ଅରୁଣ କୁମାର ସାହୁ, ତପନ ସାହୁ, କୁମୁନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply