ଅନୁଗୁଳ: ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୩୧ ତାରିଖରେ ହନୁମାନ ବଜାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କର ଏଟିମ୍ ରୁ ତାଡିଲୁଟ୍ କରିବାର ଉଦ୍ୟମ କରାଯାଇଥିଲା। ଏ ନେଇ ବ୍ୟାଙ୍କ କତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଏଟିଏମ୍ ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏଥିରୁ ସୂଚନା ପାଇ ପୁଲିସ ସହରର ଜବରଦସ୍ତିପଡ଼ାର ଟୁନା ଗୋଚ୍ଛାୟତ(୨୦)ଙ୍କୁ ଗିରଫକରିଛି।
ଏଟିଏମ୍ ଲୁଟେରା ଗିରଫ
- Post published:September 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul