ଆନ୍ଦୋଳନକାରୀଙ୍କୁ ଆକ୍ରମଣ,୬ ଆହତ ୧୫ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ

You are currently viewing ଆନ୍ଦୋଳନକାରୀଙ୍କୁ ଆକ୍ରମଣ,୬ ଆହତ ୧୫ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣିରେ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ ଟ୍ରକରେ କୋଇଲା ଲୋଡିଂକୁ ନେଇ ଗୋପାଳଜୀ ଟ୍ରକ ମାଲିକ ସଂଘ ପକ୍ଷରୁ ବୁଧବାର କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଗୁରୁବାର ଏହାର ଆଲୋଚନା ପାଇଁ ଅପରାହ୍ନରେ ସଂଘ କର୍ମକର୍ତ୍ତା ଆସିଥିବା ତାହା ବିଫଳ ହୋଇଥିଲା। ସନ୍ଧ୍ୟା ପୂର୍ବରୁ ପରିବହନର ସମସ୍ଯାକୁ ନେଇ ପୁରୁଣା ଟ୍ରକ ମାଲିକ ସଂଘର କିଛି ସଦସ୍ଯ ଓ ସମର୍ଥକ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରି ମାଡମାରି ଥିଲେ। ଏଥିରେ ଗୋପାଳଜୀ ଟ୍ରକ ମାଲିକ ସଂଘର ୬ ଜଣ ଶ୍ୟାମ ସୁନ୍ଦର ସାହୁ, ବିନୋଦ ଚନ୍ଦ୍ର ପ୍ରଧାନ ,ସତ୍ୟବାନ ପ୍ରଧାନ ,ମଦନମୋହନ ସାମଲ, ପିଣ୍ଟୁ ସାମଲ, ରଣଜିତ୍ ସାମଲ ଆହତ ହୋଇଥିଲେ। କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତ ଟ୍ରକ ମାଲିକ ମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। କଣିହାଁ ଥାନା ପୋଲିସ ୩୨୩/୨୪ ରେ ୧୫ ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share

Leave a Reply