ଅନୁଗୁଳ: ହେମସୁରଡା ଅଞ୍ଚଚଳର ଆଇନ ଜୀବୀ ଅସିତ ଚନ୍ଦ୍ର ପ୍ରଧାନଙ୍କୁ ଗତ ଦୁଇ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆକ୍ରମଣ କରିବା ସହ ତାଙ୍କ ବାଇକଟିକୁ ଭାଙ୍ଗି ଦେଇ ଥିବା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ସନ୍ତୋଷ ନାମକ ଜନୈକ ବ୍ୟକ୍ତି ତାଙ୍କ ଘର ପାଖରେ ନିୟମିତ ଚୋରା ମଦ ବିକୁଛନ୍ତି। ମଦୁଅ।ମାନଙ୍କ ଉତ୍ପାତ ଯୋଗୁଁ ସେ ଗତ ଦୁଇ ତାରିଖରେ ଅବକାରୀ ଏବଂ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସନ୍ତୋଷ ରାତିରେ ଘରେ ପହଞ୍ଚି ତାଙ୍କ ବାଇକଟିକୁ ଭାଙ୍ଗିବା ସହ ଆକ୍ରମଣ କରିଥିଲା। ଅସିତ କୌଶଳ କ୍ରମେ ଖସି ଯାଇଥିଲେ ଏବଂ ଏଥିନେଇ ତିନି ତାରିଖରେ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି।
ଆଇନଜୀବିଙ୍କୁ ମଦ ବେପାରୀର ଆକ୍ରମଣ
- Post published:May 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul