ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଜଣେ ମହିଳା ତାଙ୍କ ଧାର ଟଙ୍କା ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି।
ସୂଚନା ଯେ, ଗାଁର ଲକ୍ଷ୍ମଣ ରାଉଳଙ୍କ ସ୍ତ୍ରୀ ଦମୟନ୍ତୀ ରାଉଳଙ୍କଠାରୁ ଗାଁର ସୁଶିଲ ସାହୁ(୨୧) ନାମକ ଜଣେ ଯୁବକ ଜରୁରୀ କାମ ପାଇଁ ୩୫ ହଜାର ଟଙ୍କା ଧାର ନେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଏହି ଧାର ଟଙ୍କା ଫେରସ୍ତ ପାଇଁ ଦମୟନ୍ତୀ ସୁଶିଲଙ୍କୁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସୁଶିଲ ଦମୟନ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗାଳି ଗୁଲଜ କରିବାସହ ଏକ ପନିକିଧରି ହାଣିବାକୁ ଗୋଡ଼ାଇଥିଲେ। ଏ ନେଇ ଦମୟନ୍ତୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ବୁଧବାର ସୁଶିଲଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।