ଅକ୍ଷୟ ତୃତୀୟା ପାଇଁ ତନିସ୍କର ଆକର୍ଷଣୀୟ ଅଫର, ଅଳଙ୍କାର ଉପରେ ମିଳୁଛି ୨୦% ରିହାତି

0

ଅନୁଗୁଳ: ଆସୁଛି ଅକ୍ଷୟ ତୃତୀୟା। ଏ ଅବସରରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି ଓଡ଼ିଆଙ୍କର ବିଶ୍ୱାସ ରହିଛି। ଲୋକଙ୍କର ଏହି ବିଶ୍ୱାସକୁ ଦୃଷ୍ଟିରେ ରଖି ସୁନା ଗହଣାର ନୂଆ ନୂଆ ଅଳଙ୍କାର ନେଇ ଆସିଛି ଭାରତର ସବୁଠୁ ଭରସାଯୋଗ୍ୟ ଅଳଙ୍କାର ବ୍ରାଣ୍ଡ ତନିସ୍କ। ଏ ଅବସରରେ ଆଜି ତନିସ୍କ ପକ୍ଷରୁ ଅନୁଗୁଳ ଶୋରୁମରେ ‘ହାତ’ର ବଜାର ପ୍ରବେଶ ହୋଇଛି। ତନିସ୍କ ଆମ ‘ହାତ’ର ମହତ୍ତ୍ବରେ ଥିବା ବିଶ୍ବାସକୁ ପୁନଃସ୍ଥାପିତ କରିଛି, ଯାହା ସୃଷ୍ଟି, ପ୍ରେମ, ପୋଷଣ ଓ ଆଶୀର୍ବାଦ ଦେବା ପାଇଁ କ୍ଷମତା ରଖିଛି ।

ବର୍ତ୍ତମାନକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ନିର୍ମାଣ ପାଇଁ ‘ହାତ’ର କ୍ଷମତା ରହିଛି। ବିପୁଳ ଆବେଗର ବ୍ୟାଖ୍ୟାନ ଓ ଯୋଗାଣ ଲାଗି ସେମାନଙ୍କର ସାମର୍ଥ୍ୟ ରହିଛି । ଏଥିରେ ଅନୁଗ୍ରହର ସ୍ପର୍ଶ, ଅନୁଭବର ପ୍ରତିଫଳନ ଓ ଭାଗୀଦାରିତାକୁ ପରିସ୍ଫୁଟ କରିବାର ଶକ୍ତି ବି ଅନ୍ତର୍ନିହିତ ରହିଛି। ଏହା ହେଉଛି ‘ହାତ’, ଯାହା କି ବିଭିନ୍ନ ପରମ୍ପରାରେ ପ୍ରତିଟି ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ।

ଚୁଡ଼ିକୁ ନେଇ କ୍ରମବର୍ଦ୍ଧିଷ୍ଣୁ ଧାରାକୁ ଦୃଷ୍ଟିରେ ରଖି ‘ହାତ’ ଦ୍ଵାରା ସଂଗଠିତ ଶୁଭକାର୍ଯ୍ୟର ଉତ୍ସବ ମନାଇବାକୁ ତନିସ୍କ ଭେଟିଦେଇଛି ‘କଲାଇ’, ଯେଉଁଥିରେ ୧୮ରୁ ୨୨ କ୍ୟାରେଟ୍ ସୁନା ପ୍ରସ୍ତୁତ ବ୍ୟାପକ ଡିଜାଇନ ଓ ଶିଳ୍ପ କୌଶଳ ସାମିଲ ରହିଛି। ଏଥିରେ ଦକ୍ଷିଣ ଭାରତୀୟ ଶୈଳୀର ଚୁଡ଼ି, ପାରମ୍ପରିକ କାରିଗରିର ଆକର୍ଷଣ ସହିତ ପ୍ରାଚୀନ ଚୁଡ଼ି ଯଥା ଷ୍ଟାମ୍ପର୍କ ଓ ଏନାମେଲିଙ୍ଗ, ଚନ୍ଦ୍ର ଆକାରର ତତ୍ତ୍ଵ ଓ ଫୁଲ, ଐତିହ୍ୟ ବାସ୍ତୁଶିଳ୍ପ ଗମ୍ବୁଜ ସହ ଷ୍ଟେଟମେଣ୍ଟ ପିସ୍ ଏବଂ ରାଜସ୍ଥାନର ଭବ୍ୟତାକୁ ଦର୍ଶାଉଥିବା ଲିଖିତ ସିଟ, ଏନାମେଲ୍ ପିରୋଇ ଭଳି କାରିଗରିର ଏକ ସୁନ୍ଦର ମିଶ୍ରଣ ରହିଛି। ଏହି ଉତ୍ସବ ଋତୁରେ ତନିସ୍କ ସମସ୍ତ ସୁନା ଅଳଙ୍କାର ଉପରେ ଗ୍ରାମ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହି ଅଫର ୨୦୨୨ ଏପ୍ରିଲ ୨୩ରୁ ମେ ୪ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି।

ଅକ୍ଷୟ ତୃତୀୟା ପାଇଁ ତନିସ୍କ ଗ୍ରାହକଙ୍କ ନିମନ୍ତେ ସ୍ବର୍ଣ୍ଣ ମୁଦ୍ରା କ୍ରୟକୁ ସୁବିଧାଜନକ କରିବା ନିମନ୍ତେ ‘୨୪ କେ ଏକ୍ସପ୍ରେସ୍’ ନାମକ ଗୋଲ୍ଡ କଏନ ଏଟିଏମ ମଧ୍ୟ ଆରମ୍ଭ କରିଛି। ‘୨୪କେ ଏକ୍ସପ୍ରେସ୍’ ଗୋଲ୍ଡ କଏନ ଏଟିଏମ ସୁବିଧା ନିର୍ଦ୍ଦିଷ୍ଟ ବଜାରଗୁଡ଼ିକରେ ତନିସ୍କର ଫ୍ଲାଗସିପ ଷ୍ଟୋରରେ ଉପଲବ୍ଧ ହେବ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

error: Content is protected !!