ପୋଲ ତଳକୁ ଯାତ୍ରୀବାହୀ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

You are currently viewing ପୋଲ ତଳକୁ ଯାତ୍ରୀବାହୀ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଗୋପୀନାଥପୁର ନିକଟସ୍ଥ ପଥୁରିଆ ନାଳ ନିକଟରେ ୧୦ଫୁଟ ତଳକୁ ଯାତ୍ରୀବାହୀ ଅଟୋ ଖସି ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଲେ ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗାଁର ସୁବାସ ଗଡ଼ନାୟକ।

ସୂଚନା ମୁତାବକ, ଛେଣ୍ଡିପଦା ଥାନା ପଥୁରିଆ ନାଳ ତଳକୁ ଏକ ଯାତ୍ରୀବାହୀ ଅଟୋ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ୧୧୨ ପିସିଆରକୁ ଖବର ଦେଇଥିଲେ। ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଏକ ଜେସିବି ମେସିନ ସାହାଯ୍ୟରେ ପୋଲ ତଳୁ ଅଟୋକୁ ଉଦ୍ଧାର କରିଥିଲେ। ହେଲେ ପୋଲ ତଳେ କାଦୁଅରେ ଜଣେ ଯୁବକ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପୋଲିସ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପାଖରୁ ମିଳିଥିବା ପାସବୁକରୁ ତାଙ୍କର ପରିଚୟ ମିଳିବା ପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଛି। ଛେଣ୍ଡିପଦା ଥାନା ପୋଲିସ ଥାନା କେସ ନଂ -୬୩୭/୨୫ରେ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ଦୁର୍ଘଟଣାର କାରଣ ଖୋଜୁଛି।

Share

Leave a Reply