ଅନୁଗୁଳ: ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା।ଅନୁଗୁଳ ଅମଲା ପଡ଼ା ମଣ୍ଡପରେ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥିରୂପେ ଏହି ଶିବିରକୁ ଉଦଘାଟନ କରିଥିଲେ। ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କରିଥିବା ସମସ୍ତ ଯୋଜନା ଉପରେ ଅବଗତ ହେବାକୁ ୱାର୍ଡ ବାସିନ୍ଦା ତଥା ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆହ୍ବାନ ଦେଇଥିଲେ। ସୁରକ୍ଷିତ ମାତୃତ୍ଵ ଯୋଜନା,ବସ୍ତି ଅଞ୍ଚଳରେ ଦେଖା ଯାଉଥିବା ବିଭିନ୍ନ ରୋଗ ଓ ଏହାର ନିରାକରଣ,ଟିକାକାରଣ,ସହରାଞ୍ଚଳ ପାନୀୟ ଜଳ ଯୋଜନା,ଶିଶୁ ମାନଙ୍କ ଅପପୁଷ୍ଟି ଓ ଏହାର ନିରାକରଣ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସରକାରଙ୍କ ବିଭିନ୍ନ ଯୋଜନାରୁ ୱାର୍ଡ ବାସିନ୍ଦା କିଭଳି ଉପକାର ପାଇବେ ତାହା ଉପରେ ଶ୍ରୀ ସାମନ୍ତ ଆଲୋକପାତ କରିଥିଲେ।
ସଭାରେ ୧,୧୬,୧୭,୧୮ ଓ ୨୧ ନମ୍ୱର୍ ୱାର୍ଡର ବାସିନ୍ଦାଙ୍କୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା। ସଭାରେ ସିଡ଼ିପୀଓ ଗୀତାଞ୍ଜଳି ପ୍ରଧାନ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କାଳନ୍ଦୀ ଚରଣ ସାମଲ,କାଉନସିଲର ସଦାନନ୍ଦ ପଣ୍ଡା,ଶଙ୍କର ସେଠୀ,ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ମ୍ୟାନେଜର ରମାକାନ୍ତ ସିଂହ
ପ୍ରମୁଖ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ଏହି ସବୁ ୱାର୍ଡର ମହିଳା
ମାନେ ତିଆରି କରୁଥିବା ବିଭିନ୍ନ ଶୁଖିଲା ଖାଦ୍ୟର ଷ୍ଟଲ୍ ମଧ୍ୟ ଖୋଲା ଯାଇଥିଲା।