‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

You are currently viewing ‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟର ଆଣ୍ଡ ସ୍କୁଟର୍ ଇଣ୍ଡିଆର ଅଧିକୃତ ବିକ୍ରେତା ‘ଲକ୍ଷ୍ମୀହୋଣ୍ଡା’ ପକ୍ଷରୁ ସଡ଼କ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର (ସେଲ୍) ଅଜିତ ପଣ୍ଡା ଏବଂ ଜୋନାଲ ମ୍ୟାନେଜର (କଷ୍ଟମର ସର୍ଭିସ୍) ଶିବପ୍ରତାପ ସିଂହ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାହକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲା। ଠିକଭାବେ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମ ମାନିବା, ଟ୍ରାଫିକ ସିଗ୍‌ନାଲ ବିଷୟରେ ଜାଣିବା, ହେଲମେଟର ବ୍ୟବହାରର ଉପକାରିତା ଆଦି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ପୂର୍ବରୁ ମଧ୍ୟ ଲକ୍ଷ୍ମୀହୋଣ୍ଡାର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କର୍ପୋରେଟ ସଂସ୍ଥାରେ ଏଭଳି ସଚେତନତା ଶିବିର ଆୟୋଜନ କରିଆସିଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଲକ୍ଷ୍ମୀହୋଣ୍ଡାର ସ୍ଵତ୍ତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ପ୍ରକାଶ କରିଥିଲେ ।

Share

Leave a Reply