ଏଣିକି ମାଗଣାରେ ହେବ ନବଜାତ ଶିଶୁର ଆଧାର କାର୍ଡ, ଆଜିଠାରୁ ଆରମ୍ଭ ହେଲା ‘ବାଲ୍ ଆଧାର’

You are currently viewing ଏଣିକି ମାଗଣାରେ ହେବ ନବଜାତ ଶିଶୁର ଆଧାର କାର୍ଡ, ଆଜିଠାରୁ ଆରମ୍ଭ ହେଲା ‘ବାଲ୍ ଆଧାର’

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି “ବାଲ୍ ଆଧାର”। ଏଣିକି ଶିଶୁଙ୍କ ଜନ୍ମ ପରେ ହିଁ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହୋଇଯିବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ହେଉଛି ଶିଶୁର ପ୍ରଥମ ଅଧିକାର। ତେବେ ଆଧାର ପଞ୍ଜିକରଣ ପାଇଁ ମା’ ଓ ବାପାଙ୍କର କୌଣସି ଜଣଙ୍କ ଆଧାର ନମ୍ବର ଥିବା ଜରୁରୀ। ଅନ୍ୟପଟେ ୫ ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିବାର୍ଯ୍ଯ ନୁହେଁ। ଶିଶୁ ଜନ୍ମର ୨୧ ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା। ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share

Leave a Reply