ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା : ବର୍ଷାରେ ଭିଜିଲେ ଭକ୍ତ

You are currently viewing ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା : ବର୍ଷାରେ ଭିଜିଲେ ଭକ୍ତ

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ବଡ଼ ଦାଣ୍ଡ ନିକଟରେ ପହଞ୍ଚି ଯାଇଥିଲା। ଏଥି ପୁର୍ବରୁ ସକାଳ ପ୍ରାୟ ସାଢେ଼ ସାତ ଟା ସମୟରେ ଦିଅଁ ମାନଙ୍କ ନିତିକାନ୍ତି ସରିବାପରେ ପହଣ୍ଡି କରାଯାଇ ରଥାରୂଢ଼
କରାଯାଇଥିଲା। ଦିନ ପ୍ରାୟ ବାରଟା ସମୟରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ପରେ ଅପରାହ୍ନ ପ୍ରାୟ ୨:୩୦ ସମୟରେ ରଥ ଟଣ। ଆରମ୍ଭ ହୋଇଥିଲା।ନାମ ସଙ୍କୀର୍ତ୍ତନ, ଘଣ୍ଟ,ଶଙ୍ଖ ଧ୍ୱନି ଭିତରେ ହଜାର ହଜାର ଭକ୍ତ ରଥ ତିନୋଟିକୁ ଶ୍ରୀ ମନ୍ଦିରଅଭିମୁଖେ ଟାଣି ନେଇଥିଲେ ।ତେବେ ଅପରାହ୍ନ ପ୍ରାୟ ୪:୩୦ ବେଳକୁ ମୁଷଳ ଧାରାରେ ବର୍ଷା ହେବାରୁ ଭକ୍ତ ଙ୍କ ସଂଖ୍ୟା କମି ଯାଇଥିଲା। ସୀମିତ ଭକ୍ତ ଏବଂ ପୋଲିସ ସହାୟତାରେ ରଥ ଗୁଡ଼ିକ ବଡ଼ ଦାଣ୍ଡରେ ପହଞ୍ଚି ଯାଇଥିଲା। ବାହୁଡା ଯାତ୍ରା ଅବସରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share

Leave a Reply