ଭାରତ ବିକାଶ ପରିଷଦ ପକ୍ଷରୁ ବାଳ ସଂସ୍କାର ଶିବିର

You are currently viewing ଭାରତ ବିକାଶ ପରିଷଦ ପକ୍ଷରୁ ବାଳ ସଂସ୍କାର ଶିବିର

ଅନୁଗୁଳ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ବାଳ ସଂସ୍କାର ଶିବିର ଆୟୋଜିତ ହୋଇଥିଲା।

ଏହି ଶିବିରରେ ଚିନ୍ମୟ ମିଶନର ବରେଣ୍ୟ ସାଧ୍ବୀ ଆତ୍ମୀକାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ରୂପେ ଉଦଯାପନୀ ଦିବସରେ ପିଲାମାନଙ୍କୁ
ଦିଗଦର୍ଶନ ଦେଇଥିଲେ। ନଚିକେତାଙ୍କ ଉଦାହରଣ ଦେଇ ସେ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁଭକ୍ତି, ଦେଶପ୍ରୀତି ସହ ଜ୍ଞାନ ଆହରଣ ପାଇଁ ଅଦମ୍ୟ ପିପାସା ରହିବା ଦରକାର ବୋଲି କହିଥିଲେ। ପ୍ରାୟ ସତୁରି ଜଣ ଛାତ୍ର ଛାତ୍ରୀ ଏହି ଶିବିରରେ ଯୋଗ ଦେଇ ଯୋଗ,ଧ୍ୟାନ,ପ୍ରାଣାୟାମ, ଗୀତା ଆବୃତ୍ତି, ପେଣ୍ଟିଙ୍ଗ, ଆଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ସଭାରେ ଅଧ୍ୟକ୍ଷତା କରି
ସଂସ୍ଥାର ସଭାପତି ଶାନ୍ତନୁ କୁମାର ସର ପରିଷଦ କିଭଳି ସନାତନ ସଂସ୍କୃତି ପରମ୍ପରା ଓ ବିଶ୍ୱାସ କୁ ବଂଚେଇ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ତାହା ବର୍ଣନା କରିଥିଲେ। ସଂସ୍ଥାର ସମ୍ପାଦକ ବିଜୟ କୁମାର ମୋଦି ଅତିଥି ପରିଚୟ ପ୍ରଦାନ କରିତଜିବା ବେଳେ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ପ୍ରତିମା ତ୍ରିପାଠୀ, ଅରୁଣ ସାହୁ ଓ ନିରଞ୍ଜନ ପତି ରାମାୟଣ ରୁ ବିଭିନ୍ନ ଗଳ୍ପ ପିଲାମାନଙ୍କ ଆଗରେ ଉପସ୍ଥାପନ କରି ଥିଲେ।

Share

Leave a Reply