ଅନୁଗୁଳ: ପୂର୍ବତନ କାଉନସିଲର , ଯୁବ ସ୍ଵେଚ୍ଛାସେବୀ ତଥା କଂଗ୍ରେସ ନେତା ବଲବୀର ସିଂହଙ୍କୁ ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ ରୂପେ ଚୟନ କରାଯାଇଛି ଏହି ଉପଲକ୍ଷେ ଶୁକ୍ରବାର ସ୍ଥାନୀୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନା। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦଳର ଉପସଭାପତି ତପନ ପ୍ରଧାନ,ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆସନ୍ତା ପୌର ନିର୍ବାଚନରେ ବଲବୀରଙ୍କ ନେତୃତ୍ୱରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ବଲବୀର ସିଂହ କଂଗ୍ରେସ ଦଳର ନଗରପାଳ ପ୍ରାର୍ଥୀ
- Post published:March 4, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
