ଅନୁଗୁଳ: ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତ ମରାତିରା ଗାଁର ସାମାଜିକ ସଂଗଠନ ଉତ୍କର୍ଷ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଛି। ସଭାପତି ତଥା ଚଳିତ ବର୍ଷର ପ୍ରକୃତି ବନ୍ଧୁ ଭୀଷ୍ମ ସାହୁ, ଉପସଭାପତି ମୋହନ ସାହୁ ତଥା ସଂଗଠନର କର୍ମକର୍ତ୍ତା ଓ ଅନୁଗୁଳ ବନଖଣ୍ଡଙ୍କ ମିଳିତ ଆନୁକୂଲ୍ୟରେ ମରାତିରା ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୭୩ ତମ ବନ ମହୋତ୍ସବ ପାଳନ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୫ ନଂ ଜୋନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର, ସାନ୍ତରାପୁର ସରପଞ୍ଚ ନବୀନା ବେହେରା, ପୁରୁଣାଗଡ ବନଖଣ୍ଡର ଫରେଷ୍ଟର ବେଣୁଧର ବେହେରା ଓ ଫରେଷ୍ଟ ଗାର୍ଡ ରଶ୍ମିତା ସାହୁଙ୍କ ସହିତ ଅନ୍ୟ ଫରେଷ୍ଟ ଗାର୍ଡ, ସ୍ବେଚ୍ଛାସେବୀ ସୁଶାନ୍ତ କୁମାର ଦାସ, ମରାତିରା ଗ୍ରାମବାସୀ ଯୋଗ ଦେଇଥିଲେ। ଏ ଅବସରରେ ୨୦ ପ୍ରକାରର ୬୦୦ରୁ ଅଧିକ ଗଛ ରୋପଣ କରାଯାଇଥିଲା।
ଉତ୍କର୍ଷ ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ, ରୋପଣ ହେଲା ୬୦୦ ଗଛ
- Post published:July 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul