ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

You are currently viewing ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଅଦାଲତ ପରିସର ଓ ଖଲାରୀ ଉଚ୍ଚବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି। ଏଥିରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣର ଅଧ୍ୟକ୍ଷ ପ୍ରଣବ କୁମାର ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଜଜ ଦିଗାମ୍ବର ପୃଷ୍ଟି, ଫ୍ୟାମିଲି ଜଜ ରଶ୍ମିତା ଦଳାଇ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସିଏଚ ବାସୁଦେବ ପାତ୍ର, ସିଜେଏମ ରୁଦ୍ର ପ୍ରସାଦ ମହାପାତ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ସୌମ୍ୟ ସୌରଭ, ବରିଷ୍ଠ ଦେୱାନି ବିଚାରପତି ଚନ୍ଦ୍ରହାସ ବେହେରା, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଆଶିଷ କୁମାର ପରିଡ଼ା, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର, ଅନୁଗୁଳ ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ବ୍ଲକ ଶିକ୍ଷା ଅଧକାରୀ ଲୋପାମୁଦ୍ରା ପଟ୍ଟନାୟକ ଓ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ଦାଶ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣ, ଜିଲ୍ଲା ଅଦାଲତର କର୍ମଚାରୀମାନେ, ପ୍ୟାନେଲ ଲୟର୍ସ, ସ୍ଵେଚ୍ଛାସେବୀ, ଖଲାରୀ ଉଚ୍ଚବିଦ୍ୟାଳର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏସ. ଶୁଭଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply