ଉତ୍କର୍ଷ ପରିବାର ତରଫରୁ ବନ ମହୋତ୍ସବ ପାଳିତ

You are currently viewing ଉତ୍କର୍ଷ ପରିବାର ତରଫରୁ ବନ ମହୋତ୍ସବ ପାଳିତ

ଅନୁଗୁଳ: ଅନୁଗୁଳ ଛେଳିଆପଡା ସ୍ଥିତ ସରଂକ୍ଷିତ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର”,ଓଡିଶା ପୋଲିସ ଓ ଜେଏସପି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ,ସମ୍ପାଦକ ହୋମଦ୍ୟୁତି ବେହେରା
ସଂଯୋଜକ ଲିଟୁନ ସାହୁ ତତ୍ୱାବଧାନରେ ଆୟୋଜିତ ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ ବେଉରିଆ, ଆରକ୍ଷୀ ନୀରିକ୍ଷକ ଗୋବିନ୍ଦ ମହାରୀ,ସର୍ଜେଣ୍ଟ ବିଶ୍ୱଜିତ୍ ମହାକୁଡ଼ ଓ ପୋଲିସ ହାବିଲଦାର ମେଜର, ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ସଂଘର ସଭାପତି, ସମ୍ପାଦକ ଓ ସଦସ୍ୟ,ଏପିଆର କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ କନେଷ୍ଟବଳ ତଥା ସମ୍ମାନିତ ଅତିଥି ଭାବରେ ଜେଏସପି ଫାଉଣ୍ଡେସନର ପ୍ରତିନିଧି ରୁଦ୍ର ପ୍ରତାପ ସୁବୁଦ୍ଧି,ସମାଜସେବୀ ପର୍ଶୁରାମ ଦାସ ଓ ଚିନ୍ମୟୀ ଦାସ ଯୋଗଦେଇଥିଲେ। ଉତ୍କର୍ଷ ପରିବାରର ସଦସ୍ୟ ହିମାଂଶୁ ଶେଖର ପ୍ରଧାନ, ଆଶୁତୋଷ ଗଡ଼ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆମ୍ବ,ପଣସ,ପିଜୁଳି, ଅଁଳା, ବଉଳ, ଜାମୁ, ପିସ୍ତା ବାଦାମ ଭଳି ବିଭିନ୍ନ ପ୍ରଜାତିର ୨୦୦ରୁ ଉର୍ଦ୍ଧ ଗଛ ରୋପଣ କରାଯାଇଛି। ଆଗକୁ ପ୍ରତ୍ୟେକ ଥାନା ସହିତ ବିଭିନ୍ନ ସ୍ଥାନରେ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

Share

Leave a Reply