ପାଞ୍ଚଗଡ଼ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଉଦଘାଟନ କଲେ ବିଧାୟକ, ଯୋଗଦେଲେ ଏଡିୟୁଜେ ସଭାପତି

You are currently viewing ପାଞ୍ଚଗଡ଼ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଉଦଘାଟନ କଲେ ବିଧାୟକ, ଯୋଗଦେଲେ ଏଡିୟୁଜେ ସଭାପତି

ଅନୁଗୁଳ: ବଅଁରପାଳର ଗଣେଶ ବଜାର ସ୍ଥିତ ସାମଲ ମାର୍କେଟ କମ୍ପ୍ଲେକ୍ସରେ ପାଞ୍ଚଗଡ଼ ସାମ୍ବାଦିକ ସଂଘର  କାର୍ଯ୍ୟାଳୟ ଉଦଘାଟିତ ହୋଇଛି।

ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି  ଭାବେ ମାରୁତି ଓଡ଼ିଶୀ ମହାପ୍ରବନ୍ଧକ ବିଷ୍ଣୁ ଚରଣ ପ୍ରଧାନ, ଯୁବ ନେତା ପ୍ରକାଶ ସିଂହ, ବୁଢ଼ାପଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ କାଳିଆ ଦେହୁରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଏଡିୟୁଜେ ସଭାପତି ଅଜିତ କୁମାର ଧର, ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ପ୍ରାକ୍ତନ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁଣାଭ ସିଂହ, ସୁବାସ ଜେନା ପ୍ରମୁଖ ଉପସ୍ଥିତ ରହି ସାଂଗଠନିକ ଦିଗଦର୍ଶନ ଦେଇଥିଲେ। ଆଗାମୀ ଦିନରେ ସଂଘ ପକ୍ଷରୁ ବୃକ୍ଷରୋପଣ, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯିବ ବୋଲି ସୂଚନା ଦିଆଯାଇଛି।

Share

Leave a Reply